ଘରେ ବସି ପାଇପାରିବେ ଜନ୍ମ-ମୃତ୍ୟୁର ପ୍ରମାଣପତ୍ର: ନୂଆବର୍ଷରୁ ଅନ୍‌ଲାଇନ୍‌ରେ କରିହେବ ଜନ୍ମ ପଞ୍ଜିକରଣ

ଭୁବନେଶ୍ବର: ଜନ୍ମ ହେଉ ବା ମୃତ୍ୟୁ ହେଉ, ପ୍ରମାଣ ପତ୍ର ପାଇବା ପାଇଁ ଆଉ ଅଫିସ୍‌ ଦୌଡ଼ିବାକୁ ପଡ଼ିବ ନାହିଁ। ଏଥର ଘରେ ବସି ଡାଉନଲୋଡ କରିହେବ ଜନ୍ମ, ମୃତ୍ୟୁର ପ୍ରମାଣପତ୍ର । ନୂଆ ବର୍ଷରୁ ସବୁ ଅଞ୍ଚଳରେ ଅନଲାଇନରେ କରିହେବ ଜନ୍ମ ପଞ୍ଜିକରଣ । www.birthdeath.odisha.gov.in ରେ ପଞ୍ଜିକରଣ କରିହେବ । ରାଜ୍ୟର ସମସ୍ତ ୪୩୦ ପଞ୍ଜିକରଣ କେନ୍ଦ୍ର ଦ୍ୱାରା ଅନଲାଇନ ପଞ୍ଜିକରଣ ସମ୍ଭବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ପରିସଂଖ୍ୟାନ ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ ।

ଜନ୍ମ, ମୃତ୍ୟୁ ସାର୍ଟିଫିକେଟ ପାଇଁ ପୂର୍ବରୁ ତହସିଲ ଅଫିସ କିମ୍ବା ମ୍ୟୁନିସିପାଲଟି ଅଫିସରେ ଚକ୍କର କାଟିବାକୁ ପଡୁଥିଲା । ତେବେ ବର୍ତ୍ତମାନ ଏହି ସାର୍ଟିଫିକେଟ ପାଇଁ ଏବେ ଆପଣଙ୍କୁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡିବନି । ଏବେ ଏହାକୁ ଆପଣ ଘରେ ବସିବି ଡାଉନଲୋଡ କରିପାରିବେ ।

ସମ୍ବନ୍ଧିତ ଖବର