ବାରଙ୍ଗ: ଜନ୍ମଦିନ ବାପା ମାଆଙ୍କୁ ମନେ ପକାଇବାର ଅବସର ଆଣି ଦେଇଥାଏ ବୋଲି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ବାରଙ୍ଗ ନରଣପୁରସ୍ଥିତ କେଏମ୍ବିବି ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଉପସ୍ଥିତ କର୍ମଚାରୀଙ୍କ ଗହଣରେ ଜନ୍ମଦିନ ପାଳନ କରି ଶ୍ରୀ ପଟ୍ଟନାୟକ ପାଠ ପଢୁଥିବା ଅନୁଷ୍ଠାନକୁ ଭୁଲି ନ ଯାଇ ସବୁଦିନ ପାଇଁ ମନେରଖିବାକୁ ଆହ୍ବାନ ଦେଇଥିଲେ।
କେଏମ୍ବିବି ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ଓ କେଏମ୍ବିବି ପବ୍ଲିକ୍ ସ୍କୁଲ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ ଶିକ୍ଷା ସମୂହ’ର ନିର୍ଦ୍ଦେଶକ ଡ. ବିଜୁନି ଚରଣ ସୂତାର ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ସମ୍ବାଦ ଶିକ୍ଷା ସମୂହ ପ୍ରଶାସନିକ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା ଓ ‘ସମ୍ବାଦ ସାହିତ୍ୟଘର’ ସମ୍ପାଦିକା ଡ. ଶୁଭଶ୍ରୀ ଲେଙ୍କା ଉପସ୍ଥିତ ଥିଲେ। ଡିନ୍ ମିନତିପ୍ରଭା ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ରୋମାଲି ସୋନମ ସମର୍ପିତା, ଇଂରାଜୀ ବିଭାଗ ମୁଖ୍ୟ ମୋନାଲିସା ନାୟକ, କେଏମ୍ବିବି ପବ୍ଲିକ୍ ସ୍କୁଲ୍ର ପ୍ରିନ୍ସିପାଲ୍ କାବେରୀ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପାଧ୍ୟକ୍ଷ ସିତାଂଶୁ ଶେଖର ରାଉତ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କେକ୍ କାଟିବା ସହ ବୃକ୍ଷରୋପଣ କରିଥିଲେ।
‘ଜନ୍ମଦିନ ବାପା ମାଆଙ୍କୁ ମନେ ପକାଇବାର ଦିନ’
ଜନ୍ମଦିନ ବାପା ମାଆଙ୍କୁ ମନେ ପକାଇବାର ଅବସର ଆଣି ଦେଇଥାଏ ବୋଲି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ବାରଙ୍ଗ ନରଣପୁରସ୍ଥିତ କେଏମ୍ବିବି ଯୁକ୍ତ ୨ ବିଜ୍ଞାନ...
/sambad/media/media_files/2025/08/19/untitled-2-2025-08-19-04-43-03.jpg)