ଭୁବନେଶ୍ୱର: ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ‘ଧଉଳି ରିଭ୍ୟୁ ଟ୍ରଷ୍ଟ’ ତରଫରୁ ଚଳିତ ବର୍ଷ ଆରମ୍ଭ ହୋଇଥିବା ‘ଜୟଦେବ ଜାତୀୟ କବିତା ପୁରସ୍କାର’ ୨୦୧୭ ପାଇଁ ହିନ୍ଦୀ ଭାଷାର ବିଶିଷ୍ଟ କବି ବିଷ୍ଣୁ ଖରେଙ୍କୁ ଦେବା ପାଇଁ ମନୋନୀତ କରାଯାଇଛି। ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ଓଡ଼ିଶାର ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରଖ୍ୟାତ ଇଂରାଜୀ କବି ମନୋହର ସେଟ୍ଟି ଓ ବିଶିଷ୍ଟ ହିନ୍ଦୀ କବି ଆଶୁତୋଷ ଦୁବେ ରହିଥିଲେ। ଭାରତର ବିଭିନ୍ନ ଭାଷାର ପ୍ରକାଶକଙ୍କଠାରୁ ଆସିଥିବା ୪୦ଟି ପୁସ୍ତକରୁ ପ୍ରଥମେ ୧୨ଟି ପୁସ୍ତକ ଦୀର୍ଘ ତାଲିକା (ଲଙ୍ଗ ଲିଷ୍ଟ)ରେ ଥିବା ବେଳେ ପରର୍ବତୀ ପର୍ଯ୍ୟାୟରେ ଅଶୋକ ବାଜପେୟୀ, ଭାଲଚନ୍ଦ୍ର ନେମାଡେ, ବିଷ୍ଣୁ ଖରେ ଓ ଆନନ୍ଦ ଠାକୁରଙ୍କ କବିତା ବହି ସଂକ୍ଷିପ୍ତ ତାଲିକାରେ ରହିଥିଲା। ଏହି ପୁରସ୍କାର ବାବଦରେ ୫୧,୦୦୦ ଟଙ୍କା ଓ ବାଗ୍ଦେବୀଙ୍କ ପ୍ରତିମୂର୍ତିର ଏକ ଟ୍ରଫି ବିଜେତା କବିଙ୍କୁ ପ୍ରଦାନ କରାଯିବ ବୋଲି ମନୁ ଦାଶ ସୂଚନା ଦେଇଛନ୍ତି। ଏହି ପୁରସ୍କାର ଅନୁଷ୍ଠାନ ତରଫରୁ ହେଉଥିବା ତୃତୀୟ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର ଫେଷ୍ଟିଭାଲର ଅନ୍ତିମ ଦିବସ ଫେବ୍ରୁଆରି ୩ ତାରିଖ ଦିନ ଦିଆଯିବ ବୋଲି କୁହାଯାଇଛି।
ବିଶିଷ୍ଟ କବି ବିଷ୍ଣୁ ଖରେ ପାଇବେ ପ୍ରଥମ ଜୟଦେବ ଜାତୀୟ ପୁରସ୍କାର
/sambad/media/post_attachments/wp-content/uploads/2018/01/Vishnukhare.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)