ବିଷ୍ଣୁ ହେବେ ବିରୋଧୀ ଦଳ ନେତା!

ଭଦ୍ରକ: ଧାମନଗର ନିର୍ବାଚନମଣ୍ଡଳୀର  ବିଜେପି  ବିଧାୟକ ବିଷ୍ଣୁ ସେଠୀ ବିରୋଧୀ ଦଳର ନେତା ହେବେ ବୋଲି ଏବେ  ବିଜେପିର ଉପର ମହଲରେ ଚର୍ଚ୍ଚା ହେଉଛି। ବିଷ୍ଣୁ ଏବେ ବିରୋଧୀ ଦଳର ଉପନେତା ରହିଛନ୍ତି। ବର୍ତ୍ତମାନ ବିରୋଧୀ ଦଳ ନେତା ଥିବା ପ୍ରଦୀପ୍ତ ନାୟକଙ୍କ  ସ୍ବାସ୍ଥ୍ୟଅବସ୍ଥା ଭଲ ରହୁ ନ ଥିବା ବେଳେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉଠାଇବା ପାଇଁ ବିଜେପି କାହାକୁ ଏହି ପଦରେ ବସାଇବ ବୋଲି ଏବେ ଦଳ ଭିତରେ ଆଲୋଚନା ଚାଲିଛି।

ବିଜେପି ପକ୍ଷରୁ ବିରୋଧୀ ଦଳର ନେତା ପଦ ପାଇଁ ୨୦ ଜଣ  ଦଳୀୟ ବିଧାୟକ ଦିଲ୍ଲୀ ଯାଇ  ସେଠାରେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଚର୍ଚ୍ଚାରେ କେବଳ ବିଧାୟକ ବିଷ୍ଣୁ ସେଠୀଙ୍କ ନା ରହିନାହିଁ। ବିଜେପି ବିଧାୟକ ମୋହନ ମାଝୀଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଚର୍ଚ୍ଚାରେ ସବୁଠାରୁ ଆଗରେ ରହିଛନ୍ତି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ। ବିଷ୍ଣୁ ବିରୋଧୀ ଦଳର ନେତା ହେଲେ ଭଲ ହେବ ବୋଲି କିଛି  ବିଜେପି ବିଧାୟକ ଦଳୀୟ ହାଇକମାଣ୍ଡଙ୍କ ନିକଟରେ ନିଜର ମତ ରଖିଛନ୍ତି। ବିଷ୍ଣୁ ବିରୋଧୀ ଦଳର ନେତା ହେବା ପ୍ରସଙ୍ଗକୁ ନେଇ ଏବେ ଭଦ୍ରକରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର