ବ୍ୟାଙ୍କକ୍‌ରେ ବିପର୍ଯ୍ୟୟ ପରିଚାଳନା ଉପରେ କହିବେ ବିଷ୍ଣୁ ସେଠୀ

ଭୁବନେଶ୍ବର : ଜାତିସଂଘ ପକ୍ଷରୁ ବ୍ୟାଙ୍କକ୍‌ରେ ‘ଇକୋନୋମିକ୍ ଆଣ୍ଡ୍ ସୋସିଆଲ୍‌ କମିସନ୍‌ ଫର୍ ଏସିଆ ଆଣ୍ଡ୍‌ ଦି ପାସିଫିକ୍‌’ ସମ୍ମିଳନୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗତ କିଛି ବର୍ଷ ହେଲା ବିପର୍ଯ୍ୟୟ ପରିଚାଳନାରେ ଏକ ଆଦର୍ଶ ସୃଷ୍ଟି କରିଥିବା ଓଡ଼ିଶାକୁ ଏହି ସମ୍ମିଳନୀରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିବା ପାଇଁ ନିମନ୍ତ୍ରଣ କରାଯାଇଛି।

ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଓଡ଼ିଶାରୁ ପ୍ରତିନିଧିତ୍ବ କରି ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିବେ। ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ ଏସିଆରେ ବିଭିନ୍ନ ସରକାରଙ୍କ ମଧ୍ୟରେ କିପରି ସହଯୋଗ ଓ ସମନ୍ବୟ ପ୍ରତିଷ୍ଠା ହୋଇପାରିବ, ତାହା ଉପରେ ଶ୍ରୀ ସେଠୀ ଗୁରୁତ୍ବାରୋପ କରିବେ। ଗଣମାଧ୍ୟମକୁ‌ ସେ କହିଛନ୍ତି, ଗତ ୨୦ ବର୍ଷ ଧରି ନିରନ୍ତର ଉଦ୍ୟମ ଦ୍ବାରା ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିପାରିଛି। ବିଭିନ୍ନ ରାଷ୍ଟ୍ର ମଧ୍ୟରେ ସଶକ୍ତିକରଣ, ବୁଝାମଣା ଓ ଯୁଗ୍ମ ଆକ୍ସନ ପ୍ଲାନ୍ ଦ୍ବାରା ବିପର୍ଯ୍ୟୟକୁ ପରିଚାଳନା କରାଯାଇପାରିବ।

ସମ୍ବନ୍ଧିତ ଖବର