ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବ ନେଲେ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି ବିଷ୍ଣୁପଦ ସେଠୀ। ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ରାମକୃଷ୍ଣ ସାହୁ, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ ସହ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ସଂସ୍କୃତି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ହୋଇଥିବା ବ‌େଳେ ରାଜ୍ୟର ଐତିହ୍ୟ ସୁରକ୍ଷା ଦିଗରେ ସେ ଅନେକ କିଛି କରିବା ନେଇ ନିଜ ମତ ରଖିଥିଲେ। ଏଥିସହ ଆଗାମୀ ଦିନରେ ବିଭାଗୀୟ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଉପରେ ଗୁରୁତ୍ବ ପ୍ରଦାନ କରାଯିବ ବୋଲି କହିଥିଲେ। ଶ୍ରୀ ସେଠୀ ଲେଖନୀ ଚାଳନା କରିବାରେ ଅଭିଜ୍ଞତା ରଖିଥିବା ବ‌େଳେ ସଂସ୍କୃତି ପ୍ରତି ତାଙ୍କର ଅଭିରୁଚି ରହିଛି। ତାଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ବିୟଣ୍ଡ୍‌ ଫିଲିଙ୍ଗ୍‌ସ’, ମାଇଁ ୱାର୍ଲଡ୍‌ ଅଫ୍‌ ୱାର୍ଡ‌ସ୍‌’ ଓ କବିତା ‘ହୋୟାର ସାଲ୍‌ ଆଇ ଗୋ’ ପ୍ରକାଶିତ ହୋଇଛି। ଏଥିସହ ଏହି କବିତା ପୁସ୍ତକ ହିନ୍ଦୀ ଓ ଉର୍ଦ୍ଦୁରେ ଅନୁବାଦ ହୋଇ ପାଠକୀୟ ଆଦୃତି ଲାଭ କରିଛି।

ସମ୍ବନ୍ଧିତ ଖବର