ଛତ୍ରପୁର : ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରି ଏଜୁକେସନ୍ (ଆଇସିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ବିଷ୍ଣୁପ୍ରସାଦ ଶତପଥୀ ଓଡ଼ିଶା ଟପର୍ ହୋଇଛନ୍ତି। ସ୍ଥାନୀୟ କାରମେଲ୍ ସିନିୟର୍ ସେକେଣ୍ଡାରି ସ୍କୁଲ୍ ଛାତ୍ର ବିଷ୍ଣୁପ୍ରସାଦ ୯୯.୪ ପ୍ରତିଶତ ମାର୍କ ସହ ଏହି ସଫଳତା ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟିବାରେ ଲାଗିଛି।
ବିଷ୍ଣୁ ଛତ୍ରପୁର ପାତ୍ରସାହି ବାସିନ୍ଦା ଦୁର୍ଗାପ୍ରସାଦ ଶତପଥୀ ଓ ରଶ୍ମୀରଂଜନୀଙ୍କ ପୁଅ ବିଷ୍ଣୁପ୍ରସାଦ କହିଛନ୍ତି, ‘ସଫଳତାରେ ବେଶ୍ ଖୁସି ଅନୁଭବ କରୁଛି। ଏଥିପାଇଁ ଦିନକୁ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରୁଥିଲି। ସମସ୍ତ ସଫଳତାର ଶ୍ରେୟ ସ୍କୁଲ୍ ଅଧ୍ୟକ୍ଷ, ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଦୁଇ ଭଉଣୀ, ବାପାମାଆ ଓ ଅନ୍ୟ ସଂପର୍କୀୟମାନଙ୍କୁ ଦେଉଛି। ଭବିଷ୍ୟତରେ ଆଇଆଇଟିରେ ପଢ଼ିବାକୁ ଲକ୍ଷ୍ୟ ରଖିଛି। ବିଷ୍ଣୁଙ୍କ ବାପା ବିଇଓ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/bishnu-nayagarh.jpg)