କଟକ : ରାଜ୍ୟ ଯୁବ ବିଜେଡି ମହାସଚିବ ଶିଶିର ପରିଜାଙ୍କ ମା’ ତଥା ସମାଜସେବୀ ବିଷ୍ଣୁପ୍ରିୟା ପରିଜା(୬୨)ଙ୍କର ଗତକାଲି ରାତିରେ ହୃଦଘାତରେ ପରଲୋକ ଘଟିଛି। ଏରସମା, ମିରଜାପୁର ସ୍ଥିତ ତାଙ୍କ ବାସ ଭବନରେ ବିଷ୍ଣୁପ୍ରିୟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଷ୍ଣୁପ୍ରିୟାଙ୍କ ମରଶରୀରକୁ କଟକ କଲ୍ୟାଣ ନଗର ସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଷ୍ଣୁପ୍ରିୟାଙ୍କ ମରଶରୀରକୁ ପୁଣି ମିରଜାପୁର ନିଆଯାଇ ସେଠାରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ବଡ଼ ପୁଅ ଶ୍ରୀନିବାସ ମୁଖାଗ୍ନୀ ଦେଇଥିଲେ। ସ୍ୱର୍ଗତ ପରିଜାଙ୍କ ଶେଷ ଶଯ୍ୟା ନିକଟରେ ପୁଅ ଶ୍ରୀନିବାସ ପରିଜା, ଶିଶିର ପରିଜା, ଝିଅ ସସ୍ମିତା ପରିଜାଙ୍କ ସମେତ ପରିବାର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।