ବିଶ୍ବନାଥପୁର ମା’ ହୀରାନୀଳା କଲେଜ ଦୁର୍ନୀତି ଘଟଣା: ଅଧ୍ୟକ୍ଷଙ୍କ ଅଫିସ୍‌ ତାଲା ଭାଙ୍ଗିଲା ପ୍ରଶାସନ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍‌ ମାଁ ହୀରାନୀଳା ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ପୁଲିସ ତଦନ୍ତ କରୁଥିବା ବେଳେ ଅଧ୍ୟକ୍ଷ ଶ୍ରୀ ସାହୁ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଥିଲା।

ଶ୍ରୀ ସାହୁ ବହୁଦିନ ଧରି ଅନୁପସ୍ଥିତ ରହିଥିବାରୁ ତାଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଥିଲା। ଅନେକ କାଗଜପତ୍ର ସେହି କାର୍ଯ୍ୟାଳୟରେ ଥିବାରୁ କଲେଜର ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ଏନେଇ ଅଭିଯୋଗ ପରେ ବୁଧବାର ଲାଞ୍ଜିଗଡ଼ ତହସିଲଦାର (ମାଜିଷ୍ଟ୍ରେଟ ଦାୟିତ୍ବରେ) ଆସି କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ତାଲା ଭାଙ୍ଗିଛନ୍ତି। ବିଶ୍ଵନାଥପୁର ଥାନାଧିକାରୀ ରୁନୁ ମାଝୀ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ଦାୟିତ୍ଵରେ ଥିବା ପ୍ରସନ୍ନ ସାହୁଙ୍କ ଉପସ୍ଥିତରେ ତାଲା ଭଙ୍ଗାଯାଇଥିଲା। କାର୍ଯ୍ୟାଳୟର ଦାୟିତ୍ୱ ପ୍ରସନ୍ନ ସାହୁଙ୍କୁ ଦିଆଯାଇଛି ବୋଲି ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନାଙ୍ଗା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର