ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛିl ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ପୂର୍ବରୁ ୪୮ଘଣ୍ଟା ଲାଗି ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା l ଆଜି ଏହି ଅବଧି ଶେଷ ହେଉଥିଲା। ଏହାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯିବା ଫଳରେ ଆସନ୍ତା ୧୬ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ।
ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାର ଦୁଇ ଆକ୍ରାନ୍ତ ରାଉରକେଲା ନିକଟସ୍ଥ ବିଶ୍ରା ବ୍ଲକ ଅନ୍ତର୍ଗତ ଆସିଆନା କଲୋନି ଅଞ୍ଚଳର ଚିହ୍ନଟ ହେବା ପରେ ବିଶ୍ରାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା ଏମାନଙ୍କ ଭିତରୁ ଜଣେ ହେଉଛନ୍ତି ୬୭ ବର୍ଷର ବୃଦ୍ଧ ଓ ଜଣେ ୧୮ ବର୍ଷିୟ ଯୁବକ। ପ୍ରଥମ ଆକ୍ରାନ୍ତ ଜଣକ ଦିଲ୍ଲୀ ନିଜାମୁଦ୍ଦିନ ସମାବେଶ ଓ ଦ୍ବିତୀୟ ଜଣକ ଯାଜପୁର ଅଞ୍ଚଳ ଗସ୍ତ କରି ବିଶ୍ରା ଫେରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା।
ବୃଦ୍ଧ ଜଣକ ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଦିଲ୍ଲୀ ଯାଇଥିଲେ। ୬ରୁ ୧୦ ତାରିଖରେ ନିଜାମୁଦ୍ଦିନ ଗସ୍ତ କରିଥିଲେ। ୧୦ରେ କ୍ରାନ୍ତି ଏକ୍ସପ୍ରେସ୍ରେ ବିଳାସପୁର ଯାଇଥିଲେ। ସେଠାରୁ ୧୧ ତାରିଖରେ ଟ୍ରେନ୍ଯୋଗେ ରାଉରକେଲା ଫେରିଥିଲେ। ୧୨ରେ ରାଉରକେଲାରେ ପହଞ୍ଚିବା ପରେ ଷ୍ଟେସନରୁ ଅଟୋରେ ଆସିଆନା କଲୋନିକୁ ଫେରିଥିଲେ। ପରେ ବୃଦ୍ଧ ଜଣଙ୍କ ହୋମ୍ କ୍ବାରେଣ୍ଟିନ୍ରେ ରହିଥିଲେ। ପଜିଟିଭ୍ ଜଣା ପଡ଼ିବାପରେ ତାଙ୍କୁ ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ଅଣାଯାଇଥିଲା। ଦ୍ବିତୀୟ ଜଣକ ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ପୂର୍ବରୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/bis.jpg)