ଭୁବେନଶ୍ବର: ଦୀର୍ଘ ଦୁଇମାସ ଧରି ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। କୋର୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ସରକାର ସମାଧାନ କରିବା ପରିବର୍ତ୍ତେ ହିଂସାତ୍ମକ ରୂପ ଦେବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ବିଶ୍ବ ଭୂଷଣ ହରିଚନ୍ଦନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ସରକାର ଯେତେବେଳେ ଆନ୍ଦୋଳନକୁ ବଳପୂର୍ବକ ଦମନ କରନ୍ତି ସେତେବେଳେ ସରକାରର ପତନ ଘଟିଥାଏ। ଓକିଲ ହୁଅନ୍ତୁ ବା ଚାଷୀ, ଶିକ୍ଷକ ହୁଅନ୍ତୁ ବା ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ; ପ୍ରତି କ୍ଷେତ୍ରରେ ସରକାର ଆନ୍ଦୋଳନକୁ ବଳପୂର୍ବକ ଦମନ କରିବାକୁ ଚେଷ୍ଟା କରିଥିବା ପ୍ରମାଣ ରହିଛି। ଏଥିରେ ସାଧାରଣ ଲୋକଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବା ସହ ରାଜ୍ୟରେ ଅଘୋଷିତ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି ହୋଇଛି।
ଶ୍ରୀ ହରିଚନ୍ଦନ କହିଥିେଲ, ଜଣେ ଆଇନଜୀବୀଙ୍କୁ ମାଡ଼ ମାରିବା ପରେ ଅଭିଯୁକ୍ତ ପୁଲିସ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ସେମାନେ କୋର୍ଟ ବର୍ଜନ କରିଛନ୍ତି। ଏହାର ସମାଧାନ ନ କରି ସରକାର ବିଜେଡି ସାମ୍ମୁଖ୍ୟ ବ୍ୟବହାର କରି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ କଲେ। ଏହାଦ୍ବାରା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ହିଂସାତ୍ମକ କରାଗଲା। ଏହା ପଛରେ ଥିବା ରାଜନୈତିକ ଅଭିସନ୍ଧି ଅତ୍ୟନ୍ତ ନିନ୍ଦନୀୟ। ସେହିଭଳି ଚାଷୀମାନେ ନିଜର ନ୍ୟାଯ୍ୟ ଦାବି ଉପସ୍ଥାପନ ପାଇଁ ଭୁବନେଶ୍ବର ଆସୁଥିବା ବେଳେ ବାଟରୁ ସେମାନଙ୍କୁ ପୁଲିସ୍ ବ୍ୟବହାର କରି ଉଠାଇ ନେବା ତୋଗଲକି ଶାସନର ପରିପନ୍ଥୀ େବାଲି ଶ୍ରୀ ହରିଚନ୍ଦନ କହିଥିେଲ। ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହିତ ରାଜ୍ୟ ଉପସଭାପତି ସମୀର ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/14ORIBISWA.jpg)