ଯାଜପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶନିବାର ଦିନ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ଦଖଲ କରିଛନ୍ତି। ୬ଟି ବ୍ଲକ୍ ଯାଜପୁର, ଦଶରଥପୁର, ବିଂଝାରପୁର, ରସୁଲପୁର, ଧର୍ମଶାଳା ଓ କୋରେଇରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ୪ଟି ବ୍ଲକ ମଧ୍ୟରେ ବଡ଼ଚଣାରେ ବିଜେଡ଼ି- କଂଗ୍ରେସ, ସୁକିନ୍ଦା ଓ ଦାନଗଦୀରେ ବିଜେଡି-ବିଜେପି ଓ ବରୀରେ ବିଜେଡ଼ି- ବିଜେଡି ମଧ୍ୟରେ ଲଢେଇ ହୋଇଥିଲା।
ବିଶେଷ କରି ବରୀ ବ୍ଲକ୍ ଦଖଲ ପାଇଁ ବିଧାୟିକା ସୁନନ୍ଦା ଦାସ ଓ ବିଜେଡ଼ି ଯୁବନେତା ବିଶ୍ବ ରଞ୍ଜନ ମଲ୍ଲିକ ଶିବିର ମଧ୍ୟରେ ନିର୍ବାଚନ ପୂର୍ବରୁ ବେଶ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଉଭୟ ଗୋଟିଏ ଦଳରେ ଥିଲେ ମଧ୍ୟ ଲଢ଼େଇ ବିରୋଧୀଙ୍କ ଠାରୁ କୌଣସି ଗୁଣରେ ନଥିଲା। ୨୯ପଞ୍ଚାୟତ ବିଶିଷ୍ଟ ବରୀ ପଞ୍ଚାୟତ ସମିତିକୁ ବିଶ୍ବଙ୍କ ଶିବିର ୧୬-୧୩ ବ୍ୟବଧାନରେ ଦଖଲ କରିଛନ୍ତି। ବିଶ୍ବଙ୍କ ଶିବିରରୁ ପ୍ରାର୍ଥୀ ହୋଇଥିବା ଅଲ୍ଲିପୁର ପଞ୍ଚାୟତର ସମିତି ସଭ୍ୟ ଅଶୋକ କୁମାର ଗେଡ଼ି ୧୬ଟି ଭୋଟ ପାଇଥିବା ବେଳେ ବିଧାୟିକା ସୁନନ୍ଦା ଦାସଙ୍କ ଶିବିରରୁ ପ୍ରାର୍ଥୀ ହୋଇଥିବା ରମ୍ପା ପଞ୍ଚାୟତର ସମିତି ସଭ୍ୟା ଜ୍ୟୋତିର୍ମୟୀ ବେହେରା ୧୩ଭୋଟ ପାଇଥିଲେ। ୨୦୧୭ମସିହାରୁ ବିଶ୍ବଙ୍କ ଶିବିର ବ୍ଲକ୍ ଅଧ୍ୟକ୍ଷ ପଦବି ଦଖଲ କରିଆସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/bari.jpg)