ବିଶ୍ବଭୂଷଣ ହରିଚନ୍ଦନ ପାଇବେ ‘କଳିଙ୍ଗ ରତ୍ନ’ ସମ୍ମାନ

କଟକ : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଚଳିତ ବର୍ଷର ମର୍ଯ୍ୟାଦାଜନ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଅପରାହ୍ନ ୫ଟା ବେଳେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ସାରଳା ସାହିତ୍ୟ ସ˚ସଦର ୪୦ତମ ବାର୍ଷିକ ସମାରୋହରେ ଶ୍ରୀ ହରିଚନ୍ଦନଙ୍କୁ ଭାରତର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିଆ ନାଇଡୁ ସମ୍ମାନିତ କରିବେ ବୋଲି ସ˚ସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ସମ୍ମାନ ସ୍ବରୂପ ରୌପ୍ୟ ସରସ୍ବତୀ ମୂର୍ତ୍ତି, ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

ଶ୍ରୀ ହରିଚନ୍ଦନ ଜଣେ ପ୍ରଶାସକ ଓ ପ୍ରବୀଣ ରାଜନେତା। ସେ ଓଡ଼ିଶା ବିଧାନସଭାରେ ୫ଥର ବିଧାୟକ ଏବ˚ ବହୁବାର କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ କାର୍ଯ୍ୟ କରିଛନ୍ତି। ତାଙ୍କ ସାରସ୍ବତ କୃତି ମଧ୍ୟରେ ମାତୃଭାଷା, ଭାଷା ଝଲକ, ରାଣାପ୍ରତାପ, ଅସ୍ତଶିଖା ମାନସୀ, ସ˚ଗ୍ରାମ ସରିନାହିଁ ପ୍ରଭୃତି ଉଲ୍ଲେଖନୀୟ। ତାଙ୍କର ଜନ୍ମ ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଅବିଭକ୍ତ ପୁରୀ ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଗୋଡ଼ିଝର ଗ୍ରାମରେ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯେ କୌଣସି କ୍ଷେତ୍ରରେ ଜାତୀୟସ୍ତରରେ କୃତିତ୍ବ ଅର୍ଜନ କରିଥିବା ଜଣେ ଓଡ଼ିଆଙ୍କୁ ସାରଳା ସାହିତ୍ୟ ସ˚ସଦ ପକ୍ଷରୁ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଥାଏ।

ସମ୍ବନ୍ଧିତ ଖବର