ଭୁବନେଶ୍ବର : ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି (ରବିବାର) ବିତର୍କ ଓ ସାରେଗାମା ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଜଣାଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ବିତର୍କ ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍’ ପକ୍ଷରୁ ଆୟୋଜିତ ‘ସାରେଗାମା’ ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଉଥିବା ଜଣାଯାଇଛି। ପୂର୍ବାହ୍ନ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଛି।

Advertisment

publive-image

ଆଜି ଭୁବନେଶ୍ବରସ୍ଥିତ ସମ୍ବାଦ ଭବନରେ ‘ବିତର୍କ’ ପ୍ରତିଯୋଗିତା ଚାଲିଥିବା ବେଳେ ‘ସାରେଗାମା’ ଇଡକଲ ଅଡିଟୋରିଅମରେ ଜାରି ରହିଛି। ଅପରପକ୍ଷରେ କଟକର ରେଭେନସା ବିଶ୍ବବିଦ୍ୟାଳୟ ପରିସରରେ ‘ବିତର୍କ’ ଏବଂ ‘ସାରେଗାମା’ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ଜଣାଯାଇଛି। ଠିକ୍ ସେହିପରି ବାଲେଶ୍ବରର ସମ୍ବାଦ ଭବନରେ ମଧ୍ୟରେ ‘ବିତର୍କ’ ଏବଂ ‘ସାରେଗାମା’ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ଜଣାଯାଇଛି।ଏହାକୁ ଉପ ଜିଲ୍ଲାପାଳ ଉଦଘାଟନ କରିଥିଲେ।

‘ସାରେଗାମା’ରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଲଘୁକଣ୍ଠ ସ˚ଗୀତ ଗାଉଛନ୍ତି। ଏହି ପ୍ରତିଯୋଗିତାର ବିଶେଷତ୍ବ ହେଲା ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ଏହାର ବିଚାରକମାନେ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ। ଆସନ୍ତା ଅକ୍ଟୋବର ୩ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନେ ଭାଗ ନେବେ। ଏଥିରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହେବେ ସେମାନଙ୍କୁ ଅକ୍ଟୋବର ୪ ତାରିଖରେ ‘ସମ୍ବାଦ’ର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯିବ। କୃତୀ ପ୍ରତିଯୋଗୀଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି।