ଭୁବନେଶ୍ବର: ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ଚର୍ଚ୍ଚିତ ପୁତ୍ର ବିତ୍ତିହୋତ୍ର ମହାନ୍ତିଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨୦୦୬ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର। ରାଜସ୍ଥାନରେ ବିତ୍ତିହୋତ୍ରଙ୍କ ନାଁରେ ଜର୍ମାନର ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କୁ ପୁଲିସ ଗିରଫ କରିଥିଲା। ଜେଲରେ ରହି ଘରକୁ ପାରୋଲରେ ଆସିବା ପରେ କଟକରୁ ସେ ଫେରାର ମାରିଥିଲେ। ସେ ରାଘବ ରାଜନ୍ ନାଆଁରେ ଲୁଚି ରହି ଏକ ବ୍ୟାଙ୍କରେ କାମ କରୁଥିବା ବେଳେ ପୁଣି ପୁଲିସ ହାତରେ ଧରାପଡ଼ିଥିଲେ।
ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ। ବିତ୍ତିହୋତ୍ରଙ୍କ ସଂପର୍କୀୟଙ୍କ ସୂଚନା ମୁତାବକ ସେ ସର୍ତ୍ତମୂଳକ ଜାମିନରେ ଥିଲେ । ଜାମିନରେ ଥିବା ସମୟରେ କଟକ ସ୍ଥିତ ମଧୂସୁଦନ ଆଇନ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାସ କରିଥିଲେ । ହାଇକୋର୍ଟରେ ୪ଟି ମାମଲା ବି ଲଢ଼ି ଜିତିଥିଲେ । ୨୦୨୩ ଅକ୍ଟୋବରରେ ବିତ୍ତିହୋତ୍ରଙ୍କର କ୍ୟାନସର ଚିହ୍ନଟ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ସମେତ ଆଚାର୍ଯ୍ୟ ହରିହରରେ ଚିକିତ୍ସିତ ହେଉଥିଲେ ବିତ୍ତିହୋତ୍ର। ଜୁନ ୫ ପୂର୍ବରୁ ଜେଲରେ ସରେଣ୍ଡର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ପ୍ରାୟ ୨ ମାସ ତଳେ ଚୌଦ୍ଵାର ଜେଲରେ ସରେଣ୍ଡର କରିଥିଲେ ବିତ୍ତିହୋତ୍ର । ଅଧିକ ରକ୍ତସ୍ରାବ ହେବାରୁ ଚିକିତ୍ସା ପାଇଁ ଦେଢ଼ ମାସ ତଳେ ଏମ୍ସ ଭୁବନେଶ୍ଵରରେ ଆଡ଼ମିଶନ ହୋଇ ଚିକିତ୍ସିତ ହେଉଥିଲେ ।