ତିର୍ତ୍ତୋଲ ଉପନିର୍ବାଚନ: ୨୨ ରାଉଣ୍ଡ ପରେ ବିଜେଡି ୩୩୫୦୯ ଭୋଟ୍‌ରେ ଆଗୁଆ, ବିଜୟ ଶଙ୍କରଙ୍କୁ ୭୩୦୦୩ଟି ଭୋଟ୍‌

ବିଜେପିକୁ ୩୯୪୯୪ଟି ଭୋଟ୍‌, କଂଗ୍ରେସକୁ ୨୦୭୪୭ଟି ଭୋଟ୍‌

ଜଗତ୍‌ସିଂହପୁର: ତିର୍ତ୍ତୋଲ ବିଧାନସଭା ଲାଗି ଅନୁଷ୍ଠିତ ଉପନିର୍ବାଚନର ଭୋଟ ଗଣତିର ୨୨ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୫୦୯ ଭୋଟ୍‌ରେ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୭୩୦୦୩ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୯୪୯୪ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୦୭୪୭ଟି ଭୋଟ୍‌ ପାଇଛନ୍ତି।

ସୂଚନାଯୋଗ୍ୟ, ୨୧ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍‌ ୭୦୦୫୯ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୮୦୩୪ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୮୭୭୦ଟି ଭୋଟ୍‌ ପାଇଥିଲେ।

ସୂଚନାଯୋଗ୍ୟ, ୨୦ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗୁଆ ରହିଥିବା ଜଣାଯାଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୬୬୯୧୩ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୬୯୨୬ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୭୧୬୮ଟି ଭୋଟ୍‌ ପାଇଛନ୍ତି।

୧୯ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୧୬୬ଟି ଭୋଟରେ ଆଗୁଆ ରହିଥିବା ଜଣାଯାଇଥିଲା। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୬୪୦୫୫ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୫୩୩୯ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୫୮୭୭ଟି ଭୋଟ୍‌ ପାଇଥିଲେ।

୧୮ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୦୪୫ ଭୋଟରେ ଆଗୁଆ ରହିଥିଲେ। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୬୦୮୮୯ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୩୩୨୨୪ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୫୩୨୫ଟି ଭୋଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର