ବିଜେଡିର ତୃତୀୟ କିସ୍ତି ପ୍ରାର୍ଥୀ ତାଲିକା : ଫୁଲବାଣୀ, ବୀରମିତ୍ରପୁରରେ ନୂଆ ମୁହଁ

ଭୁବନେଶ୍ବର : ଆସନ୍ତା କାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ବାକି ଥିବା ଦୁଇ ବିଧାନସଭା ଆସନ ପାଇଁ ଦୁଇ ନୂଆ ମୁହଁ ବାଛିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ଫୁଲବାଣୀ ବିଧାୟକ ଡୁଗୁନି କହଁରଙ୍କ ସ୍ଥାନରେ ଅଙ୍ଗଦ କହଁରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଓ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୂଆ ପ୍ରାର୍ଥୀ ମଖୁଲ ଇକ୍କାଙ୍କ ନାମ ଘୋଷଣା କରିଛନ୍ତି। ୨୦୧୪ ନିର୍ବାଚନରେ ବୀରମିତ୍ରପୁର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ମାଗଦଳି କୋଙ୍ଗାଡ଼ି ନିର୍ବାଚନ ଲଢ଼ିଥିଲେ। ଏହି ଦୁଇ ଆସନ ପାଇଁ ନବୀନ ନିବାସରେ ବହୁ ଘଣ୍ଟା ଚକଟା ପରେ ଦୁଇଜଣ ନୂଆ ମୁହଁକୁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବୀରମିତ୍ରପୁର ଆସନ ପାଇଁ ପୂର୍ବତନ ସାଂସଦ ଦିଲ୍ଲୀପ ତିର୍କୀଙ୍କ ନାମ ଚର୍ଚ୍ଚାରେ ଥିଲା। କିନ୍ତୁ ଏହାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯିବା ଯୋଗୁଁ ପ୍ରାର୍ଥୀ ଚୟନରେ ବିଳମ୍ବ ହୋଇଥିଲା।

ସମ୍ବନ୍ଧିତ ଖବର