କେନ୍ଦ୍ରାପଡ଼ାରେ ୧୦ରୁ ନଅରେ ବିଜେଡି, ଗୋଟିଏରେ ବିଜେପି ଆଗୁଆ

କେନ୍ଦ୍ରାପଡ଼ା: ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ଭୋଟ୍‌ ଗଣତିରେ ବି ବିଜେଡିର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଆଜି ଜିଲ୍ଲାର ସମୁଦାୟ ୧୦ଟି ଜୋନ୍‌ ଓ ୭୫ଟି ପ˚ଚାୟତର ଭୋଟ୍‌ ଗଣତି ଚାଲିଥିବା ବେଳେ ଦୁଇ ରାଉଣ୍ତ ସୁଦ୍ଧା ୯ଟି ଜୋନ୍‌ରେ ବିଜେଡି ଓ ଗୋଟିଏ ଜୋନ୍‌ରେ ବିଜେପି ପ୍ରାର୍ଥୀ ଆଗୁଆ ଥିବା ସୂଚନା ମିଳିଛି। ପର୍ଯ୍ୟାୟକ୍ରମେ ଵାର୍ଡ ସଭ୍ୟ ମାନଙ୍କ ଫଳାଫଳ ଘୋଷଣା ହେଉଥିବା ବେଳେ ସରପ˚ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ସମସ୍ତ ଵାର୍ଡ ଗଣତି ପରେ ବିଜୟ ଘୋଷଣା କରାଯାଉଥିବା ଦେଖିବାକୁ ମିଳୁଛି।

ଜିଲ୍ଲାର ୩୨ଟି ଜୋନ୍‌ରୁ ଗତକାଲି ୯ଟି ଜୋନ୍‌ ଓ ୭୬ଟି ପ˚ଚାୟତର ଫଳାଫଳ ଘୋଷଣା ହୋଇଥିଲା। ୯ଟି ଯାକ ଜୋନ୍‌କୁ ବିଜେଡି ଦଖଲ ନେଇ ଯାଇଥିବା ବେଳେ ଆଜି ୧୦ଟି ଜୋନ୍‌ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ୨, ୬, ୧୦, ୧୩, ୧୬, ୨୦, ୨୧, ୨୫, ୨୮ ଏବ˚ ୩୧ନମ୍ବର ଜୋନ୍‌ର ଗଣତି ଚାଲୁ ରହିଛି। ଦିନ ୧୨ଟା ସୁଦ୍ଧା ଆଳି ନିର୍ବାଚନ ମଣ୍ତଳୀର ୨ ଓ ୨୮ନମ୍ବର ଜୋନ୍‌, କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀର ୬ ଓ ୧୬ନମ୍ବର ଜୋନ୍‌, ପାଟକୁରା ନିର୍ବାଚନ ମଣ୍ତଳୀର୧୦ ଓ ୧୩ ନମ୍ବର ଜୋନ୍‌, ମହାକାଳପଡ଼ା ନିର୍ବାଚନ ମଣ୍ତଳୀର ୨୦ ଓ ୨୫ନମ୍ବର ଜୋନ୍‌ ଏବ˚ ରାଜନଗର ନିର୍ବାଚନ ମଣ୍ତଳୀର ୩୧ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି। ବିଜେପି ଏକମାତ୍ର ଜୋନ୍‌ ମହାକାଳପଡ଼ା ନିର୍ବାଚନ ମଣ୍ତଳୀର ୨୧ନମ୍ବରରେ ଆଗୁଆ ଥିବା ଜଣାପଡ଼ିଛି।

ଆଳିର ୨ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଭୀଷ୍ମ ମହାନ୍ତି କ˚ଗ୍ରେସର ଅଜୟ କୁମାର ଜେନାଙ୍କଠାରୁ ୧୦୮୬ଖଣ୍ତ ଭୋଟ୍‌ରେ ଆଗୁଆ ଥିବା ବେଳେ ରାଜକନିକା ବ୍ଲକ୍‌ ୨୮ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରତାପ କୁମାର ବେହେରା ପ୍ରତିଦ୍ବନ୍ଦ୍ବୀ କ˚ଗ୍ରେସର କ୍ଷୀରୋଦ ବେହୁରିଆଙ୍କଠାରୁ ୪୦୫ଖଣ୍ତ ଭୋଟ୍‌ରେ ଆଗରେ ଅଛନ୍ତି। ସେହିପରି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀର ୬ନମ୍ବର ଜୋନ୍‌ରେ ପ୍ରଥମ ରାଉଣ୍ତ ଗଣତି ସୁଦ୍ଧା ନିର୍ମଳା ମହାନ୍ତି କ˚ଗ୍ରେସ ପ୍ରାର୍ଥିନୀ ସସ୍ମିତା ପଣ୍ତାଙ୍କଠାରୁ ୩୩୦ଖଣ୍ତ ଭୋଟ ଏବ˚ ୧୬ନମ୍ବର ଜୋନ୍‌ରେ ବିଜେପି ପ୍ରାର୍ଥୀ ସ˚ଗ୍ରାମ କେଶରୀ ସେଠୀଙ୍କୁ ପଛରେ ପକାଇ ବିଜେଡିର ଜ୍ୟୋତିର୍ମୟୀ ବେହେରା ୪୧୫ଖଣ୍ତ ଭୋଟରେ ଅଗ୍ରଣୀ ଲାଭ କରିଛନ୍ତି। ପାଟକୁରା ନିର୍ବାଚନ ମଣ୍ତଳୀ ଗରଦପୁର ବ୍ଲକ୍‌ର ୧୦ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ସତ୍ୟାନନ୍ଦ ରାଉତ ପ୍ରତିଦ୍ବନ୍ଦ୍ବୀ ବିଜେପିଠାରୁ ସାମାନ୍ୟ ଆଗରେ ଥିବା ବେଳେ ଡେରାବିଶ ବ୍ଲକ୍‌ ୧୩ନମ୍ବର ଜୋନ୍‌ରେ ଗୀତାଞ୍ଜଳି ସେଠୀ ଆଗୁଆ ଅଛନ୍ତି।

ସେହିପରି ମହାକାଳପଡ଼ା ନିର୍ବାଚନ ମଣ୍ତଳୀର ୨୦ନମ୍ବରରେ ବିଜେଡିର ସୁବୋଧ ଲେଙ୍କା ବିଜେପିଠାରୁ ୪୭୯ଖଣ୍ତ ଭୋଟ୍‌ରେ ଆଗରେ ଥିବା ବେଳେ ୨୫ନମ୍ବର ଜୋନ୍‌ରେ ବିଜେଡିର ଦୁର୍ଗାବତୀ ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ପଛରେ ପକାଇଛନ୍ତି। ୨୧ନମ୍ବର ଜୋନ୍‌ରେ କିନ୍ତୁ ବିଜେଡିକୁ କଡ଼ା ଟକ୍କର ବିଜେପି ଦେଉଥିବା ଦେଖିବାକୁ ମିଳିଛି। ବିଜେପି ପ୍ରାର୍ଥିନୀ କମିନୀ ଖଟୁଆ ଦ୍ବିତୀୟ ରାଉଣ୍ତ ସୁଦ୍ଧା ୫୬ଖଣ୍ତ ଭୋଟ୍‌ରେ ବିଜେଡିଠାରୁ ଆଗରେ ରହିଛି। ରାଜନଗରରେ ୩୧ନମ୍ବର ଜୋନ୍‌ରେ ବିଜେଡି ସହିତ କ˚ଗ୍ରେସର କଡ଼ା ଟକ୍କର ଦେଖିବାକୁ ମିଳିଛି। କ˚ଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ମହାନ୍ତିଙ୍କଠାରୁ ପ୍ରଥମ ରାଉଣ୍ତ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଶୋକ କୁମାର ପ୍ରତିହାରୀ ମାତ୍ର ୨୯ଖଣ୍ତ ଭୋଟ୍‌ରେ ଆଗରେ ରହିଛନ୍ତି।

ସମ୍ବନ୍ଧିତ ଖବର