ଜଗତ୍‌ସିଂହପୁର: ତିର୍ତ୍ତୋଲ ବିଧାନସଭା ଲାଗି ଅନୁଷ୍ଠିତ ଉପନିର୍ବାଚନର ଭୋଟ ଗଣତିର ୨୬ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୯୫୧୧ ଭୋଟ୍‌ରେ ଆଗୁଆ ରହିଥିବା ଜଣାଯାଇଛି। ଆଉ ଗୋଟିଏ ରାଉଣ୍ଡର ଗଣତି ବାକି ଅଛି। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୮୪୫୫୬ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୫୦୪୫ଟି ଭୋଟ୍‌ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୬୭୬୦ଟି ଭୋଟ୍‌ ପାଇଛନ୍ତି। ଏଠାରେ ବିଜୁ ଜନତା ଦଳର ବିପୁଳ ବିଜୟ ସ୍ପଷ୍ଟ ହୋଇଯାଇଛି।

Advertisment

ସୂଚନାଯୋଗ୍ୟ, ୨୫ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୯୭୧୯ ଭୋଟ୍‌ରେ ଆଗୁଆ ରହିଥିବା ଜଣାଯାଇଥିଲା। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍‌ ୮୨୫୧୫ ଭୋଟ୍‌ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୨୭୨୪ଟି ଭୋଟ୍‌ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୫୩୬୩ଟି ଭୋଟ୍‌ ପାଇଥିଲେ।