ଭଦ୍ରକ : ୭ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ, ବିଜେପି ପ୍ରାର୍ଥୀଙ୍କ ସହିତ କଡା ମୁକାବିଲା
ବିଷ୍ଣୁଙ୍କ ନିର୍ବାଚନମଣ୍ଡଳୀରେ ବି ବିଜେଡି ଆଗୁଆ, ବାସୁଦେବପୁରରେ କଂଗ୍ରେସ ଦେଉଛି ଟକ୍କର
ଭଦ୍ରକ: ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧାମନଗର ଓ ଭଣ୍ଡାରିପୋଖରୀ ଆଦି ୫ଟି ନିର୍ବାଚନମଣ୍ଡଳୀର ୭ଟି ଜିଲ୍ଲାପରିଷଦ ଜୋନ ଓ ୫୩ଟି ପଞ୍ଚାୟତରେ ଆଜି ଭୋଟ ଗଣତି ହେଉଛି। ଦ୍ବିତୀୟ ରାଉଣ୍ଡ ଗଣତି ଚାଲୁଥିବା ବେଳେ ୭ଟି ଜିଲ୍ଲାପରିଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ଭଦ୍ରକ ଜିଲ୍ଲା ପରିଷଦ ଜୋନ ୨୫ରେ ବିଜେଡି ପ୍ରାର୍ଥୀ ପ୍ରତିମା ଜେନା ବିଜେପି ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ସଞ୍ଜୀବ ମଲ୍ଲିକ। ସେହିପରି ଚାନ୍ଦବାଲିର ଜିଲ୍ଲାପରିଷଦ ଜୋନ ୧ରେ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକଶ ନାୟକ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ଡ. ବ୍ୟୋମେକେଶ ରାୟ। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୬ ନଂ ଜୋନରେ ବିଜେଡି ପ୍ରାର୍ଥୀ ରୁଜାତା ପଣ୍ଡା ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ବିଧାୟକ ରହିଛନ୍ତି ବିଜେପିର ବିଷ୍ଣୁ ସେଠୀ। ଧାମନଗର ଜିଲ୍ଲା ପରିଷଦ ଜୋନ ୧୦ରେ ବିଜେଡି ପ୍ରାର୍ଥୀ ଟୁନିବାଳା ବିଶ୍ବାଳ ବିଜେପି ପ୍ରାର୍ଥୀ ରଞ୍ଜିତା ସ୍ବାଇଁଙ୍କ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେପିର ବିଷ୍ଣୁ ସେଠୀ। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ବ୍ଲକର ଜୋନ ୧୪ର ବିଜେଡି ପ୍ରାର୍ଥୀ ରୁନିତା ଦାସ ବିଜେପି ପ୍ରାର୍ଥୀ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ପ୍ରଫୁଲ୍ଲ ସାମଲ। ବାସୁଦେବପୁର ନିର୍ବାଚମଣ୍ଡଳୀ ୭ନଂ ଜୋନରେ ବିଜେଡି ପ୍ରାର୍ଥୀ ଜୟନ୍ତୀ ବାରିକ ବିଜେପି ପ୍ରାର୍ଥୀ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ବିଷ୍ଣୁବ୍ରତ ରାଉତରାୟ। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଭଣ୍ଡାରିପୋଖରୀ ବ୍ଲକର ୨୨ନଂ ଜୋନରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ରାଉତ ବିଜେପି ପ୍ରାର୍ଥୀ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ପ୍ରଫୁଲ୍ଲ ସାମଲ।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ତଥ୍ୟ ଅନୁଯାୟୀ ୭ଟି ବ୍ଲକରେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀମାନେ ଅନ୍ୟ ଦଳ ଠାରୁ ଆଗୁଆ ରହିଥିବା ସୂଚନା ମିଳିଛି। ବିଶେଷ କରି ଭଦ୍ରକ ବ୍ଲକରେ ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଆଗୁଆ ରହିଥିବା ବେଳେ କିଛି କିଛି ପଞ୍ଚାୟତରେ ମେଣ୍ଟ ଓ ବିଦ୍ରୋହୀ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ଧାମନଗର ବ୍ଲକରେ ବିଜେଡି ଓ ବିଜେପି ସମର୍ଥିତ ସରମଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମଧ୍ୟରେ କଡା ମୁକାବିଲା ହେଉଛି। ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକରେ କଂଗ୍ରେସ ବିଜେଡି ଓ ବିଜେପି ମଧ୍ୟରେ ସରପଞ୍ଚ ସମିତିସଭ୍ୟ ପ୍ରାର୍ଥୀ ଆଗପଛ ହୋଇ କଡା ଟକ୍କର ହେଉଛି। ଧାମନଗର ନିବାଚନମଣ୍ଡଳୀରେ ବିଜେଡି ବିଜେପି ଓ ଚାନ୍ଦବାଲିରେ ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି। ବାସୁଦେବପୁରରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଚାଲିଛି। ଆଜିର ଗଣତିରେ ୮୫୦ କର୍ମଚାରୀ ନିୟୋଜିତ ହୋଇଛନ୍ତି।