କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଆଜି ପ୍ରଥମ ଦିନରେ ୧୩ଟି ଜିଲ୍ଲାପରିଷଦ ଜୋନ୍‌ର ଭୋଟ୍ ଗଣତି ଚାଲିଛି। ୧୨ଟି ଜୋନ୍‌ରେ ବିଜେଡି ଆଗୁଆ ରହିଛି। ‌ମାତ୍ର ଗୋଟିଏ ‌ଜୋନ୍‌ରେ ବିଜେପି ଆଗୁଆ ଚାଲିଛି। ଅପରାହ୍‌ଣ ସାଢ଼େ ୪ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ତେଲକୋଇର ୧୯ ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ଛଇଳବାଳା ନାୟକ ୯୮୧ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି। ଅନ୍ୟ ସମସ୍ତ ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି।

Advertisment

ଯୋଡ଼ା ବ୍ଲକ୍‌ର ୨୬ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଶଶିକାନ୍ତ ଖିଲାର ୨୦୦୭ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ଥିବା ବେଳେ ଚମ୍ପୁଆ ବ୍ଲକ୍‌ର ୧୩ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଉଦୟ ନାୟକ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ଅଛନ୍ତି। ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଅପରାହ୍‌ଣ ସାଢ଼େ ୪ଟା ସୁଦ୍ଧା ୨୮୪୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୦୪୭ ଖଣ୍ଡ ଭୋଟ ପାଇଛନ୍ତି। ଝୁମ୍ପୁରା ବ୍ଲକ୍‌ର ୧୬ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ କ୍ଷୀରୋଦିନୀ ମହାକୁଡ଼ ୪୨୯୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅନୀତା ବାରିକ ୨୮୦୧ ଖଣ୍ଡ ଭୋ‌ଟ ପାଇଛନ୍ତି।

କେନ୍ଦୁଝର ସଦର ବ୍ଲକର ୪ ନମ୍ବର ‌ଜୋନ୍‌ରେ ବିଜେଡି ପ୍ରାର୍ଥୀ ଲୀଳାବତି ମହାନ୍ତ ୫୪୪୫ ଖଣ୍ଡ ଭୋଟ ପାଇ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ମହାନ୍ତ ୨୬୭୭ ଖଣ୍ଡ ଭୋଟ ପାଇଛନ୍ତି। ‌ବାଂଶପାଳ ବ୍ଲକ୍‌ର ୨୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଶାନ୍ତିଲତା ରଣା ୫୪୧୮ ଖଣ୍ଡ ଭୋଟ ପାଇ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀ ବିଜୁଳିବତି ନାଏକ ୧୯୩୮ ଖଣ୍ଡ ଭୋଟ ପାଇ ତାଙ୍କ ପଛକୁ ଅଛନ୍ତି। ତେଲକୋଇ ବ୍ଲକ୍‌ ୧୯ ନମ୍ବର ଜୋନ୍‌ରେ ବିଜେପି ପ୍ରାର୍ଥୀ ଛଇଳବାଳା ନାଏକ ୬୪୪୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ଶାନ୍ତିପ୍ରିୟା ନାଏକ ୫୪୬୦ ଖଣ୍ଡ ଭୋଟ ପାଇଛନ୍ତି।

ହରିଚନ୍ଦନପୁର ବ୍ଲକ୍‌ର ୩୧ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସାଗରିକା ସାହୁ ୩୦୮୪ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଣତି ପରିଡ଼ା ୨୦୩୪ ଖଣ୍ଡ ଭୋଟ ପାଇଛନ୍ତି। ଘଟଗାଁ ବ୍ଲକ୍‌ ୭ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଯାଜ୍ଞସେନୀ ମହାନ୍ତ ୬୫୮୬ ଖଣ୍ଡ ଭୋଟ୍‌ ପାଇ ଆଗରେ ଅଛନ୍ତି। ଏହି ଜୋନ୍‌ର ବିଜେପି ପ୍ରାର୍ଥୀ ସରସ୍ବତୀ ମୁଣ୍ଡା ୨୩୭୭ ଖଣ୍ଡ ଭୋଟ ପାଇଛନ୍ତି। ପାଟଣା ବ୍ଲକ୍‌ର ୨୧ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ନାଏକ ୩୧୨୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସତ୍ୟବ୍ରତ ନାଏକ ୨୬୩୫ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ସାହାରପଡ଼ା ବ୍ଲକ୍‌ର ୨୯ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ବୁଦ୍ଧଦେବ ମହାକୁଡ଼ ୩୫୩୮ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅଂଶୁମାନ ସବୁଜ ମହାନ୍ତ ବର୍ମା ୨୯୮୩ ଖଣ୍ଡ ଭୋଟ ପାଇଛନ୍ତି।

ହାଟଡିହି ବ୍ଲକ୍‌ର ୩୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସୋମନାଥ ଦାସ ୨୮୫୩ ଖଣ୍ଡ ଭୋଟ ପାଇଛନ୍ତି। ବିଜେପିର ବିବେକାନନ୍ଦ ରାଉତ ୨୩୦୧ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆନନ୍ଦପୁର ୧ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଟୁନି ରଣା ୪୨୬୦ ଖଣ୍ଡ ଭୋଟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ତପସ୍ବିନୀ ମହାନ୍ତ ୨୭୪୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଘସିପୁରା ବ୍ଲକ୍‌ର ୧୦ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ମଧୁସ୍ମିତା ଦାସ ୫୨୪୦ ଖଣ୍ଡ ଭୋଟ ପାଇଛନ୍ତି। ବିଜେପିର ମୋନାଲି ଦାସ ୨୯୬୨ ଖଣ୍ଡ ଭୋଟ ପାଇଛନ୍ତି।