ଟ୍ରେଣ୍ଡ କହୁଛି ପୋଛି ନେବ ବିଜେଡି!: ପ୍ରଥମ ରାଉଣ୍ଡ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାର ୨୬ରୁ ୨୪ଟିରେ ବିଜେଡି ଆଗୁଆ

ବାରିପଦା: ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଭୋଟ ଗଣତି ଆରମ୍ଭ ହୋଇଛି। ଆଜି ମୟୂରଭଞ୍ଜ ଜିଲ୍ଲାର ୨୬ଟି ଜୋନରେ ଗଣତି ଚାଲିଥିବା ବେଳେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି କ୍ଲିନ୍ ସୁଇପ୍ କରୁଥିବା ଜଣାପଡ଼ିଛି। ୨୬ରୁ ବିଜେଡି ୨୪ ଟିରେ ଆଗୁଆ ରହିଛି। ବାକି ୨ଟିରେ ବିଜେପି ଆଗୁଆ ରହିଛି ସତ, ହେଲେ ବ୍ୟବଧାନ କମ ଥିବାରୁ ଦ୍ବିତୀୟ ରାଉଣ୍ ରେ ବିଜେଡି ତାକୁ ବି ପୋଛି ନେଇପାରେ ବୋଲି କୁହାଯାଉଛି।

ଚଳିତ ନିର୍ବାଚନ ବିଜେଡି ପାଇଁ ଅଗ୍ନି ପରୀକ୍ଷା ଥିଲା। ଗତ ନିର୍ବାଚନରେ ବିଜେପି ବାଜିମାତ କରିଥିଲା। ମୋଟ ୫୬ରୁ ୪୯ ଆସନ ପାଇ ବିଜେପି ପରିଷଦ ଗଠନ କରିଥିଲା। ତେଣୁ ଏହା ବିଜେଡିକୁ ଶକ୍ତ ଧକ୍କା ଲାଗିଥିଲା। ବିଜେଡି ଆରମ୍ଭରୁ ଏଠାରେ ତାର ସଂଗଠନ ସୁଦୃଢ କରିବା ସହ ବିଜେପି ନେତା ଓ କିଛି ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନିଜ ପଟକୁ ଆଣିବାରେ ସଫଳ ହୋଇଥିଲା। ତେବେ ଗତ ଥର ଭଳି ଏଥର ବି ବିଜେପି ଜିଲ୍ଲା ପରିଷଦ ଗଠନ କରିବ ବୋଲି ଆଶାବାଦୀ ଥିଲା। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହାର ଦାୟିତ୍ଵ ନେଇଥିଲେ।

ପ୍ରଥମ ରାଉଣ୍ଡ ଟ୍ରେଣ୍ଡ୍ ଯଦି ଜାରି ରହେ, ଏଥର ବିଜେଡି ଜିଲ୍ଲା ପରିଷଦ ଗଠନ କରିବା ପକ୍କା। ବିଜେପିକୁ ନିରାଶ ହେବାକୁ ପଡ଼ିବ। ଗତ ୨୦୧୨ ନିର୍ବାଚନରେ ବିଜେଡି ୪୦ ଆସନ ପାଇ ପରିଷଦ ଗଠନ କରିଥିଲା। ହେଲେ ଗତ ୨୦୧୭ରେ ବିଜେପି ୪୯ ଆସନ ପାଇ ପରିଷଦ ଗଠନ କରିଥିଲା। ଆସନ୍ତାକାଲି ଆଉ ୨୬ ଜୋନରେ ଗଣତି ହେବ। ୨୮ ରେ ବାକି ୪ ଟି ଜୋନରେ ଗଣତି ହେବ।

ସମ୍ବନ୍ଧିତ ଖବର