ବ୍ରଜରାଜନଗର ଉପନିର୍ବାଚନ: ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୭୬୨୫ ଭୋଟରେ ଆଗୁଆ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ ଏବେ ଚାଲିଛି ଇଭିଏମ କାଉଣ୍ଟିଂ। ମୋଟ ୧୪ଟି ଟେବୁଲରେ ଗଣତି ହେଉଛି । ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ ଗଣନା ହେଉଛି। ପ୍ରତି ଟେବୁଲରେ ଅଛନ୍ତି ୪ ଜଣ କାଉଣ୍ଟିଂ ଅଫିସର ଅଛନ୍ତି। ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯାଉଛି। ତେବେ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗୁଆ ଅଛନ୍ତି। ରାଉଣ୍ଡ ୨ରେ ବିଜେଡିର ଅଳକା ମହାନ୍ତିଙ୍କୁ ୧୦୨୪୮ଟି ଭୋଟ ମିଳିଥିବାବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୬୨୩ ଓ କଂଗ୍ରେସର କିଶୋର ପଟେଲଙ୍କୁ ୧୬୯୯ ଟି ଭୋଟ ମିଳିଛି । ସେହିପରି ସିପିଆଇକୁ ୨୧୨ ଭୋଟ୍‌ ମିଳିଛି।

ସୂଚନାଯୋଗ୍ୟ, ପ୍ରଥମ ରାଉଣ୍ଡରେ ବିଜେଡିର ଅଳକା ମହାନ୍ତିଙ୍କୁ ୪୭୩୩ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୧୪୪ ଓ କଂଗ୍ରେସର କିଶୋର ପଟେଲଙ୍କୁ ୧୦୧୪ ଭୋଟ ମିଳିଥିଲା।

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ସମ୍ବନ୍ଧିତ ଖବର