ଭୁବନେଶ୍ୱର: ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଆଦର୍ଶ ଆଚରଣବିଧି ଲାଗିଥିବା ସମୟରେ ବାଲେଶ୍ୱର ଭୋଗରାଇ ଅଂଚଳରେ ସୋଲାର ଲାଇଟ ଲଗାଉଥିଲେ ସାଂସଦ । ଏନେଇ ବିଜେଡିର ଏକ ଟିମ୍ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ ମାର୍ଚ୍ଚ ୩୧ ତାରିଖ ରାତିରେ ଭୋଗରାଇ ଅଂଚଳର ନାଚିନ୍ଦ ଓ ଅରୁଆବୃତ୍ତି-୧ ଅଞ୍ଚଳରେ ସୋଲାର ଲାଇଟ ଲଗାଇବା ବେଳେ ଲୋକମାନେ ସେମାନଙ୍କୁ ବିରୋଧକରି ଗୋଡେଇକି ଧରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ଏନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡିର ଏକ ଡେଲିଗେସନ ଟିମ୍ ଅଭିଯୋଗ କରିଛି । ଏହା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/GKAVgptagAAwIDV.jpeg)