ବରଗଡ଼/ପଦ୍ମପୁର : କଂଗ୍ରେସ ପଦ୍ମପୁର ବ୍ଲକ୍ କଂସର ଓ ଦୁହିତା ପଞ୍ଚାୟତରେ ଜୋର୍ଦାର୍ ପ୍ରଚାର କରିଛି। ଉପନିର୍ବାଚନରେ ଉଭୟ ବିଜେପି ଏବଂ ବିଜେଡି ସରକାର ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଥିବା ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ପଦ୍ମପୁର ଜିଲ୍ଲା ଗଠନ ନେଇ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ଉତ୍ତର ଦେଇଥିଲେ। ଏଭଳି କିଛି ଯୋଜନା ନ ଥିବା ସେ କହିଥିଲେ। କିନ୍ତୁ, ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା କରିବାକୁ ଘୋଷଣା କରିଛନ୍ତି। କିଏ ସତ ଆଉ କିଏ ମିଛ କହୁଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଏଥିରୁ ଅଂଚଳବାସୀ ସେମାନଙ୍କୁ ଚିହ୍ନି ରଖନ୍ତୁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ଯୋଗେନ୍ଦ୍ରନାଥପୁର ଓ ଭୁବନେଶ୍ୱରପୁର ଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ବିଫଳ ବୋଲି ଆକ୍ଷେପ କରିଥିଲେ।
ବିଜେଡି, ବିଜେପି ପଦ୍ମପୁରବାସୀଙ୍କୁ ଠକିଛନ୍ତି: ଶରତ
/sambad/media/post_attachments/wp-content/uploads/2022/12/cccb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)