ଗଣିତ କଷା, ଛାତି ଧଡ୍ ଧ଼ଡ୍; ଦ୍ବନ୍ଦ୍ବ ବଢ଼ାଇଲା ବାହୁଡ଼ା ମତ

ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ଆସନ ପାଇବୁ: ବିଜେଡି, ରାଜ୍ୟରେ ଆମ ସରକାର: ବିଜେପି

ଭୁବନେଶ୍ବର : ଆସନ୍ତା ୨୩ ତାରିଖ ଦିନ ଇଭିଏମ୍ କି ରାୟ ଶୁଣାଇବ? ବୁଥ ବାହୁଡା ମତ (ଏକଜିଟ୍ ପୋଲ୍) କ’ଣ ସତ ହେବ? ଓଡ଼ିଶାର ଗାଁ, ପଡ଼ା, ସହରର ଭୋଟର ସତରେ କ’ଣ ଭାରତବର୍ଷର ସବୁ ରେକର୍ଡ ଭାଙ୍ଗି ଲୋକସଭା ଓ ବିଧାନସଭାରେ ପୃଥକ୍ ପୃଥକ୍ ଭୋଟ ଦେଇଛନ୍ତି। କେତେ ଭୋଟର ଏମିତି କରିଥାଇପାରନ୍ତି?

ରବିବାର ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ୍ ବାହୁଡା ମତ ପ୍ରକାଶ ପରେ ଓଡ଼ିଶାର ସବୁ ରାଜନୈତିକ ଦଳ, ପ୍ରାର୍ଥୀ, ଛାମୁଆ ନେତାଙ୍କଠାରୁ ଆରମ୍ଭ କରି ରାଜନୈତିକ ବିଶେଷଜ୍ଞ, ଗଣମାଧ୍ୟମ ସବୁଠାରେ ଏଭଳି କିଛି ପ୍ରଶ୍ନକୁ ନେଇ ଆଜି ଘମାେଘାଟ ଆେଲାଚନା ଚାଲିଛି। ଯାହାକୁ ଯାହା ସୁହାଉଛି, ସିଏ ତା’ ଉପରେ ଜୋର ଦେଇ କହୁଛି।

ବିେଜଡି ଏକଜିଟ୍ ପୋଲ୍ ଏକଜାଟ୍ ପୋଲ୍ ନୁହେଁ ବୋଲି କହି ସବୁ ପୂର୍ବାନୁମାନକୁ ଭୁଲ ବୋଲି ମତ ରଖିଛି। ବିେଜପିକୁ ଲୋକସଭା ହିସାବ ସୁହାଉଛି। ଏଣୁ ସେ କ୍ଷେତ୍ରରେ ଦଳ ସେତେଟା ପ୍ରତିକ୍ରିୟା ରଖୁନି। କିନ୍ତୁ ବିଧାନସଭା ପୂର୍ବାନୁମାନକୁ ମାନିବାକୁ ପ୍ରସ୍ତୁତ ନୁହେଁ। କଂଗ୍ରେସ ରୋକ୍ ଠୋକ୍ ଏସବୁକୁ ପ୍ରତ୍ୟାଖ୍ୟାନ କରିଛି।

ବିଭିନ୍ନ ଦଳର େନତା ଓ ପ୍ରବକ୍ତା ପୂର୍ବାନୁମାନକୁ ଯେତେ ଭୁଲ, ଅମୂଳକ େବାଲି ଦାବି କଲେ ବି ପ୍ରାର୍ଥୀମାନଙ୍କ ଭିତରେ କିନ୍ତୁ କମ୍ପନ ସୃଷ୍ଟି େହଲାଣି। ଚାରି ପାଞ୍ଚଥରିଆ ବିଧାୟକ, ନିଜକୁ େପାଖତ େବାଲି ଦାବି କରୁଥିବା େନତାଙ୍କ ଅକଲ ଗୁଡୁମ୍। ଯିଏ ଗତଥର େରକର୍ଡ େଭାଟରେ ଜିତିଥିଲେ, େସମାେନ େଯତେ ଅଧିକ ହିସାବ କରୁଛନ୍ତି, ବ୍ୟବଧାନ ଧୀରେ ଧୀରେ କମିବା କାରଣରୁ ଚିନ୍ତାରେ ପଡିଗଲେଣି। ଯିଏ ଅଳ୍ପକେ ଜିତିବେ େବାଲି କହୁଥିଲେ, ସିଏ ମନକୁ ଓ କର୍ମୀଙ୍କୁ ଆଶ୍ବସ୍ତ କରୁଛନ୍ତି େଯ ହଉ ଆମେ ତ ଲଢିେଛ। ଅତିବେଶିରେ କଣ େହାଇଯିବ, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ େବାଲି ତ କହିବେ। ସରକାର ଆସିଲେ, ଆମର ତ ପତିଆରା ରହିବ। ନିଗମ, ରାଜ୍ୟସଭା ବି ଅଛି। ବିଭିନ୍ନ ରାଜନେତାଙ୍କ ଏଭଳି ମତ ମନ୍ତବ୍ୟ ଦେଖି ଛାମୁଆ କର୍ମୀଙ୍କ ଚିନ୍ତା ମଧ୍ୟ ବଢିଗଲାଣି। କାଲି ପର୍ଯ୍ୟନ୍ତ ଛକ ବଜାରରେ ବଡ଼ େଜାରରେ ଚିତ୍କାର କରୁଥିବା େନତା ଅଙ୍କ ବଦଳାଇଲେଣି। ରାଜନୈତିକ ବିେଶଷଜ୍ଞ େବାଲି ଦାବି କରୁଥିବା ଖାସ୍ ବ୍ୟକ୍ତିମାେନ ବି ଅସ୍ପଷ୍ଟ ଚିତ୍ର ଆଙ୍କିଲେଣି।

କୌତୂହଳର କଥା େହଲା, ଏତେ ବଡ଼ ଦ୍ବନ୍ଦ୍ବ ପଛର ରହସ୍ୟ, େନତାଙ୍କ ସାଂଗଠନିକ ଦକ୍ଷତା ଅଥବା ହାଵା କାରଣରୁ ନୁହେଁ, ବରଂ ନିର୍ବାଚନ ସମୟରୁ େଗାଟିଏ ମହଲ େଯଉଁ ତୁହାକୁ ତୁହା ଚର୍ଚ୍ଚା କରୁଛନ୍ତି େଯ େକନ୍ଦ୍ରରେ େମାଦୀ, ଓଡ଼ିଶାରେ ନବୀନ, ତାହା ହିଁ ନିର୍ବାଚନ ଫଳାଫଳ ପୂର୍ବାନୁୁମାନ କରିଥିବା ସଂସ୍ଥାକୁ ଅଡୁଆ ଜାଲରେ ଛନ୍ଦି େଦଇଛି। େଠାସ୍ ସଂଖ୍ୟା ଆକଳନ କରି େସାସିଆଲ୍ ମିଡିଆ ଯୁଗରେ ତୁଚ୍ଛାଟାରେ ନିର୍ବାଚନ ଫଳାଫଳ ପରେ ଅପ୍ରୀତିକର ପରିସ୍ଥିତି ସାମ୍ନା କରିବା ଲାଗି କେହି ଚାହୁଁନାହାନ୍ତି। ଏଣୁ ପରିସଂଖ୍ୟାନ ଯାଦୁେର ଅସ୍ପଷ୍ଟ ଚିତ୍ର ରଖିଛନ୍ତି। ଏକଥା ବି େକହି ଆକଳନ କରିପାରୁନାହାନ୍ତି େଯ କେତେ ପ୍ରତିଶତ େଲାକଙ୍କ େକ୍ଷତ୍ରରେ ଭୋଟ ଦାନ ସମୟରେ ମତ ବିଭାଜନ ଘଟିଥିବ?

ବିଶେଷଜ୍ଞଙ୍କର କହିବା କଥା, ଓଡ଼ିଶାରେ ୨୦୦୪ ମସିହାରୁ େଲାକସଭା ଓ ବିଧାନସଭା ନିର୍ବାଚନ ଏକାସଙ୍ଗରେ ଅନୁଷ୍ଠିତ େହଉଛି। ୨୦୧୪ ନିର୍ବାଚନକୁ ବିଚାରକୁ ନେଲେ, ସେତେବେଳେ େମାଦୀ ହାଵା ସତ୍ତ୍ବେ ବିେଜପିକୁ ବିଧାନସଭା ତୁଳନାରେ ଲୋକସଭାରେ ମାତ୍ର ୩.୫% େଭାଟ ଅଧିକ ମିଳିଥିଲା। ବିେଜଡି େକ୍ଷତ୍ରରେ ଏହି ହାର ଅତି ନଗଣ୍ୟ। ଏସବୁକୁ ମିଶାଇଲେ ବି ୫% େହଉନାହିଁ। ୨୦୧୪ ନିର୍ବାଚନ ଭଳି ଏଥର େମାଦୀ ହାଵା ନାହିଁ ସତ କିନ୍ତୁ ସରକାରଙ୍କ ବିେରାଧରେ ଅନ୍ତଃ ସ୍ବର ବଢିଥିବା କାରଣରୁ ଏହି ହାର ବୃଦ୍ଧି ପାଇଥାଇପାରେ େବାଲି ଆଶଙ୍କା ପ୍ରକାଶ ପାଉଛି। ମାତ୍ର େଭାଟ ହାର ଓ ସେସବୁ ଆସନରେ େଲାକଙ୍କ ପୂର୍ବାନୁମାନକୁ ଯଦି ବିଶ୍ବାସ କରାଯାଏ, ତେବେ ସହରାଞ୍ଚଳ ଓ ସହର ସଂଲଗ୍ନ ଅଞ୍ଚଳରେ ପୃଥକ୍ େଭାଟ କିଛି ପ୍ରତିଶତ ପଡିଥାଇପାେର ବୋଲି ବିେଶଷଜ୍ଞ ମତ ରଖୁଛନ୍ତି। ସେହିପରି ମହିଳାଙ୍କ େକ୍ଷତ୍ରରେ ମଧ୍ୟ ଏହି ହାର ସେଭଳି ରହିବା ସମ୍ଭାବନା କମ୍ ।

ବାହୁଡା ମତ ପ୍ରକାଶ ପରେ ବିଜେପି ଦୃଢତାର ସହିତ କହିଛି, କେନ୍ଦ୍ରରେ ଏନ୍‌ଡିଏ ସରକାର ଆସିବ। ରାଜ୍ୟରେ ବିଜେଡି ପୁଣି କ୍ଷମତାରେ ରହିବ ବୋଲି େହାଇଥିବା ପୂର୍ବାନୁମାନକୁ ଗ୍ରହଣ କରିନାହାନ୍ତି େନତା। ଦଳର ରାଜ୍ୟ ସଭାପତି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ସମସ୍ତ ଏକ୍‌ଜିଟ୍‌ ପୋଲ୍‌ ଅନୁସାରେ କେନ୍ଦ୍ରରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ‌େର ଆଗାମୀ ଦିନରେ ସରକାର ଗଢ଼ିବ। ଇଣ୍ଡିଆ ଟୁଡେ ଓ ଟୁଡେ ଚାଣକ୍ୟ ଅନୁମାନ ଯଦି ସତ ହୁଏ, ତେବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବ। ଓଡ଼ିଶାରେ ଥିବା ସ୍ଥାଣୁ ଓ ଅପାରଗ ସରକାର ବଦଳିବାର ଅନୁଭବ କରାଯାଉଛି। ଓଡ଼ିଶାରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଓଡ଼ିଶାରେ ବିଜେପି ବଢ଼ୁଛି, କଂଗ୍ରେସ ଓ ବିଜେଡି ଛିଡ଼ୁଛି। ଓଡ଼ିଶାରେ ଧୀରେ ଧୀରେ କଂଗ୍ରେସ ଓ ବିଜେଡି ସୀମିତ ଓ ଅବକ୍ଷୟ ହେବାକୁ ଯାଉଛନ୍ତି।

ସେହିପରି କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ହିସାବ ଅନୁଯାୟୀ ଓଡ଼ିଶାରେ ବିଜେପିକୁ ଲୋକସଭାରେ ୧୮ଟି ଆସନ ଓ ବିଧାନସଭାରେ ୭୦ରୁ ଅଧିକ ଆସନ ମିଳିବ। ଓଡ଼ିଶାରେ ମୋଦୀ ମ୍ୟାଜିକ୍ କାମ କରିବ ଓ ବହୁମତ ପାଇ ସରକାର ଗଢ଼ିବ। ବିଭିନ୍ନ କ୍ଷେତ୍ରରୁ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଭୁଲ୍‌ ମଧ୍ୟ ହୋଇପାରେ ବୋଲି ଶ୍ରୀ ଓରାମ କହିଛନ୍ତି।

ଏକଜିଟ ପୋଲ୍‌କୁ ବିଶ୍ୱାସଯୋଗ୍ୟ କହିହେବନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତିି ଯେ ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ। ତେବେ ରାଜ୍ୟରେ ବିଜେପି କ୍ଷମତାକୁ ଆସିପାରିବନି। କଂଗ୍ରେସ ଛିଡିବା ପାଇଁ ଆମେ ନିଜେ ହିଁ ଦାୟୀ। ଘସିିପୁରାରୁ ଜିତିନପାରୁ କିନ୍ତୁ ଭଣ୍ଡାରୀପୋଖରୀରୁ ସେ ଜିତିବେ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ସମସ୍ତ ପୂର୍ବାନୁମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା େଦଇ କହିଛନ୍ତି, ବୁଥ ବାହୁଡାମତରେ ସାମାନ୍ୟତମ ସତ୍ୟତା ଥିବା ଭଳି ମନେ େହଉନାହିଁ। କାରଣ ମତ ସଂଗ୍ରହ ପଦ୍ଧତିର ଫର୍ମୁଲା େନଇ ସନ୍ଦେହ ରହିଛି। ଓଡ଼ିଶାରେ ଅଧିକ ୧% ମହିଳା େଭାଟ େଦଇଛନ୍ତି। ଅଳ୍ପ କିଛି ନମୁନା ସଂଗ୍ରହ କରି େହାଇଥିବା ଏହି ସର୍ଭେରେ ଏ ଦିଗଟିକୁ େକତେ ଗୁରୁତ୍ବ ଦିଆଯାଇଛି? ବିେଜଡି ଗତଥର ଭଳି ବିଧାନସଭାରେ ପାଖାପାଖି ସେତିକି ସଂଖ୍ୟା ପାଇବ ବା େମାଟ ଆସନର ତିନି ଚତୁର୍ଥାଂଶ ଆସନ ଦଖଲ ଆଶା ଉଜ୍ଜଳ। େଲାକସଭା େକ୍ଷତ୍ରରେ ମଧ୍ୟ ଗତଥର ସଂଖ୍ୟା ଦଳ ହାସଲ କରିବ, ଅନ୍ୟଥା ତିନି ଚତୁର୍ଥାଂଶ ଆସନ ହାତେଇବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।

ଦଳୀୟ ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି, ଓଡ଼ିଶା ପରିପ୍ରେକ୍ଷୀରେ ଅତୀତରେ ଏକଜିଟ୍ ପୋଲ ଭୁଲ ପ୍ରମାଣିତ ହୋଇଥିଲା। ୨୦୧୯ ନିର୍ବାଚନରେ ବି ଏକଜିଟ୍ ପୋଲ ଭୁଲ ପ୍ରମାଣିତ ହେବ। ୨୦୦୯ରେ ଲୋକସଭାରେ ବିଜେଡି ୬ରୁ ୭ଟି ଆସନ ଜିତିବ ବୋଲି ଏକଜିଟ୍ ପୋଲ ପ୍ରକାଶ କରିଥିଲା। କିନ୍ତୁ ବିଜେଡି ପାଇଥିଲା ୧୪ଟି ଲୋକସଭା ଆସନ। ସେହିପରି ୨୦୧୪ରେ ବିଜେଡିକୁ ୧୨ରୁ ୧୩ଟି ଲୋକସଭା ମିଳିବ ବୋଲି ଏକଜିଟ୍ ପୋଲ ଦର୍ଶାଇଥିଲା। କିନ୍ତୁ ୨୧ରୁ ୨୦ଟି ଆସନରେ ଓଡ଼ିଶାର ଭୋଟର ବିଜେଡି ପ୍ରାର୍ଥୀଙ୍କୁ ବାଛିଥିବା ପ୍ରମାଣିତ ହୋଇଥିଲା। ୨୦୧୮ ଡିସେମ୍ବରରେ ୪ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ଏକଜିଟ୍ ପୋଲ ଦ୍ବାର ଯାହା ମତ ପ୍ରକାଶ ପାଇଥିଲା ତାର ଓଲଟା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର