କଟକ ମହାନଗର ନିଗମରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, ଗିରିବାଳା ବେହେରା ଆଗୁଆ

ଭୁବନେଶ୍ବର: କଟକ ମହାନଗର ନିଗମ (ସିଏମ୍‌ସି)ରେ ଭୋଟ ଗଣତି ଜାରି ରହିଛି। ଏଠାରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ଆଗୁଆ ଅଛନ୍ତି। କିନ୍ତୁ ସୁବାସ ସିଂହଙ୍କୁ କଂଗ୍ରେସର  ପ୍ରାର୍ଥୀ ଗିରିବାଳା ବେହେରା କଡ଼ା ଟକ୍କର ଦେଉଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ କଂଗ୍ରେସ ପ୍ରାର୍ଥୀ ଗରିବାଳା ବେହେରାଙ୍କୁ ୫୯୪୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସୁବାସ ସିଂହଙ୍କୁ ୫୫୭୪ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୨୩୦୬ ଖଣ୍ଡ ଭୋଟ୍‌ ମିଳିଛି।

ଭୁବନେଶ୍ବର ମହାନଗର ନିଗମରେ ଆଜି ପ୍ରାୟ ୨ ଘଣ୍ଟା ବିଳମ୍ବରେ ଭୋଟ ଗଣତି ହୋଇଛି। ଏଥିପାଇଁ ଏଠାକାର ଟ୍ରେଣ୍ଡ ଆସିପାରି ନାହିଁ। ସେହିଭଳି ବ୍ରହ୍ମପୁରରେ ଗଣତି ଜାରି ଥିଲେ ମଧ୍ୟ ଟ୍ରେଣ୍ଡ ଘୋଷଣା ହୋଇ ନାହିଁ। ଏଥି ସହିତ ରାଜ୍ୟର ୧୦୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକାର କିଛି ସ୍ଥାନରେ ଫଳାଫଳ ଘୋଷିତ ହୋଇଥିବା ବେଳେ ବାକି ସ୍ଥାନରେ ଗଣତି ଜାରି ରହିଛି।

ଯାଜପୁର ପୌର ପାଳିକାରେ ବିଜେଡିର ରଂଜୁଲତା ହୋତା ବିଜୟୀ ହୋଇଛନ୍ତି। ସେହିଭଳି ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି, ବାଲୁଗାଁରେ ବିଜେଡିର ସୁକାନ୍ତି ପାଇକରାୟ ବିଜୟୀ ହୋଇଛନ୍ତି। ରାଇରଂଗପୁରରେ ବିଜେଡିର ଅଭିଷେକ ପଟ୍ଟନାୟକ, ନୟାଗଡ଼ରେ ବିଜେଡିର ନିରୂପମା ଖଟେଇ, ଖଣ୍ଡପଡ଼ାରେ ସ୍ବାଧୀନ ପ୍ରାର୍ଥୀ ଆରତି ପ୍ରଧାନ, ନୂଆପଡ଼ାରେ ସ୍ବାଧୀନ ପ୍ରାର୍ଥୀ ମହମ୍ମଦ ଆଦମ, କୋଣାର୍କରେ ବିଜେଡିର ସଂଯୁକ୍ତା ତ୍ରପାଠୀ

ଝାରସୁଗୁଡ଼ାରେ ବିଜେଡିର ରାଣୀ ହାତୀ ଆଗୁଆ, ବେଲପାହାଡ଼ରେ କଂଗ୍ରେସ, ବ୍ରଜରାଜନଗରରେ କଂଗ୍ରେସ, କେସିଙ୍ଗାରେ ବିଜେଡିର ନୃପରାଜ, ଜୁନାଗଡ଼ରେ ବିଜେପିର ମୁକେଶ ଅଗ୍ରୱାଲ, ଭବାନୀପାଟଣାରେ ବିଜେପିର ବିନିତା ଦାସ, ପଟ୍ଟାମୁଣ୍ଡାଇରେ ବିଜେଡିର ହେମନ୍ତ ସାହୁ, କେନ୍ଦ୍ରାପଡ଼ାରେ ବିଜେଡିର ସରିତା ସାହୁ, ବାଣପୁରରେ ବିଜେଡିର ମିଟୁ ନାୟକ, ଜଟଣୀରେ ବିଜେଡିର ଅନନ୍ତ ବେହେରା, ଖୋର୍ଦ୍ଧାରେ ବିଜେଡିର କନକଲକ୍ଷ୍ମୀ ମହାନ୍ତି ଆଗୁଆ ଅଛନ୍ତି।

ସେହିପରି ଜୟପୁରରେ କଂଗ୍ରେସର ନରେନ୍ଦ୍ର ମହାନ୍ତି, କୋଟପାଡ଼ରେ କଂଗ୍ରେସର ଏମ୍‌ ଶଙ୍କର ରାଓ, କୋରାପୁଟରେ ବିଜେଡିର ଲଲାଟ ରଂଜନ ସେଠୀ, ବାଲିମେଳାରେ ବିଜେପିର ପ୍ରଦୀପ ନାଏକ, ମାଲକାନଗିରିରେ ବିଜେଡିର ମନୋଜ ବାରିକ, କରଞ୍ଜିଆରେ ବିଜେପିର ଜ୍ୟେତ୍ସାରାଣୀ ମହାନ୍ତ, ନବରଂଗପୁରରେ ବିଜେପିର କୁନୁ ନାୟକ, ଉମରକୋଟରେ ବିଜେଡିର ରାଧା ଭତ୍ରା, ଖରିଆରରୋଡରେ ସୋନିଆ ଅଗ୍ରୱାଲ, ଖଡ଼ିଆଳରେ କଂଗ୍ରେସର ଉଜ୍ବଳ ଗୁପ୍ତା, ଗୁରାଡୀରେ ବିଜେଡିର ଶର୍ମିଷ୍ଠା ଶବର, ଗୁଣପୁରରେ ସ୍ବାଧୀନ ପ୍ରାର୍ଥୀ ମମତା ଗୌଡ, ରାୟଗଡ଼ାରେ ବିଜେଡିର ମହେଶ ପଟ୍ଟନାୟକ, କୁଚିଣ୍ଡାରେ ବିଜେଡିର ପ୍ରଦ୍ୟୁତ କୁମାର ମହାନ୍ତି, ରେଢ଼ାଖୋଳରେ ବିଜେପିର ଶିବର, ରେଢ଼ାଖୋଳରେ ବିଜେପିର ଶିବରାମ ସାହୁ, ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ଆଗୁଆ ଅଛନ୍ତି।

ସେହିପରି ସୁନ୍ଦରଗଡ଼ରେ ବିଜେପିର ତନୟା ମିଶ୍ର, ରାଜଗାଂଗପୁରରେ ବଜେଡିର ମାଧୁରୀ ଲୁଗୁନ, ତାଳଚେରରେ ବିଜେଡିର ପବିତ୍ର ଭୂତିଆ, ଅନୁଗୁଳରେ ବିଜେଡିର ଅକ୍ଷୟ ସାମନ୍ତ, ଆଠମଲ୍ଲିକରେ ବିଜେଡିର ଆଶା କୁମାରୀ ସାହୁ, ବଲାଙ୍ଗୀରରେ ବିଜେଡିର ଲିକା ସାହୁ, ତୁଷୁରାରେ ବିଜେଡିର ଅଜୟ ଜୟସ୍ବାଲ, କଣ୍ଟାବାଞ୍ଜିରେ ବିଜେଡିର ବିନୟ ବିଭାର, ଟିଟିଲାଗଡ଼ରେ ବିଜେପିର ମମତା ଜୈନ, ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ବାଳ, ବାଲେଶ୍ବରରେ ବିଜେଡିର ସବିତା ସାହୁ, ସୋରରେ ବିଜେପିର ମାଧବ ଧଡା, ନୀଳଗିରିରେ ବିଜେଡିର ଅମ୍ବିକା ଦାସ, ଜଳେଶ୍ବରରେ ବିଜେଡିର ପ୍ରତାପ ପ୍ରଧାନ,‌ ରେମୁଣାରେ ବିଜେଡିର ତନୁଜା ଗିରି, ହିଞ୍ଜିଳିକାଟୁରେ ବିଜେପିର ସନ୍ତୋଷ ପାଣିଗ୍ରାହୀ, ଖଲ୍ଲିକୋଟରେ ବିଜେଡିର ନିରଞ୍ଜନ ବେହେରା, କୋଦଳାରେ ବିଜେପିର ସୂର୍ଯ୍ୟ ନାରାୟଣ ନାୟକ, ରମ୍ଭାରେ ବିଜେପିର ବାସନ୍ତୀ ସ୍ବାଇଁ, ଗଂଜାମରେ ସ୍ବାଧୀନ ପ୍ରାର୍ଥୀ ପ୍ରତିଭା ପାଢ଼ୀ, ପୁୁରୁଷୋତ୍ତମପୁରରେ ବିଜେଡିର ରଶ୍ମିରେଖା ତ୍ରିପାଠୀ ଆଗୁଆ ଅଛନ୍ତି।

ସମ୍ବନ୍ଧିତ ଖବର