ବିଜେଡି ଯୁବ ଓ ଛାତ୍ର ସଙ୍ଗଠନର ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର : ବିଜୁ ଜନତା ଦଳର ଯୁବ ଓ ଛାତ୍ର ସଙ୍ଗଠନକୁ ମଜୁଭୁତ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଉଭୟ ସଙ୍ଗଠନ ପକ୍ଷରୁ ଆଜି ସାଙ୍ଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ବିଜୁ ଯୁବ ଜନତା ଦଳ ପକ୍ଷରୁ ୩୫ଟି ସାଙ୍ଗଠନିକ ଜିଲ୍ଲା ପାଇଁ ୩୫ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ବରିଷ୍ଠ ଉପସଭାପତି ଜ୍ୟୋତ୍ସ୍ନାମୟୀ ପରିଡ଼ା ଓ ଧ୍ରୁତି ରଞ୍ଜନ ମାର୍ଥାଙ୍କୁ ଯଥାକ୍ରମେ ଯାଜପୁର ଓ ଖୋର୍ଧା ସାଙ୍ଗଠନିକ ଜିଲ୍ଲା ଦାୟିତ୍ବ ମିଳିଛି। ସେହିପରି ୬ଜଣ ଉପସଭାପତି, ୧୭ ଜଣ ସାଧାରଣ ସମ୍ପାଦକ, ୮ଜଣ ସମ୍ପାଦକ ଓ ଦୁଇ ଜଣ ଯୁଗ୍ମ ସମ୍ପାଦକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବା‌ ସଙ୍ଗଠନ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଜଣାଇଛନ୍ତି।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ଓ ବ୍ଲକସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ଚାଲିଥିବା ବେଳେ ୩୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସଙ୍ଗଠନର ୩ଜଣ ବରିଷ୍ଠ ଉପସଭାପତିଙ୍କୁ ୩ଟି ସାଙ୍ଗଠନିକ ଜିଲ୍ଲା ଦାୟିତ୍ବ ମିଳିଛି। ୭ଜଣ ଉପସଭାପତି, ୧୩ଜଣ ସାଧାରଣ ସମ୍ପାଦକ ଓ ୧୧ଜଣ ସମ୍ପାଦକଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ବୋଲି ସଙ୍ଗଠନର ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର