ମହିଳା ସଂଗଠନରୁ ନବକଳେବର ଆରମ୍ଭ

ଡ. ମିନତୀ ବେହେରା ମହିଳା ସଭାେନତ୍ରୀ ନିଯୁକ୍ତ, ପ୍ରମିଳା ଉପଦେଷ୍ଟା, ଟିମରେ ଶିକ୍ଷିତ, ନିର୍ବିବାଦୀୟଙ୍କୁ ଗୁରୁତ୍ବ

ଭୁବନେଶ୍ବର : କିଏ ନିର୍ବାଚନ ଲଢିବେ, ଆଉ କାହାକୁ ଦିଆଯିବ ସାଂଗଠନିକ ପଦ ପଦବି। କାହାକୁ ରାଜ୍ୟ ସରକାରଙ୍କ ସାମ୍ବିଧାନିକ ପଦପଦବିେର ନିଯୁକ୍ତି ମିଳିବ।

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିବା ସହିତ ମୁଖ୍ୟମନ୍ତ୍ରୀ ତଥା ବିେଜଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏ ନେଇ ମଧ୍ୟ ଗୋଟିଚାଳନା ଆରମ୍ଭ କରିଛନ୍ତି। ଦୀର୍ଘ ବିଚାର ବିମର୍ଶ ପରେ ଆଜି ଏକ ବଡ଼ ନିଷ୍ପତ୍ତି ନେଇ ବିେଜଡି ମୁଖ୍ୟ ଶ୍ରୀ ପଟ୍ଟନାୟକ ମହିଳା ରାଜ୍ୟ ସଭାେନତ୍ରୀ ପଦରୁ ପ୍ରମିଳା ମଲ୍ଲିକଙ୍କୁ ଅପସାରଣ କରିେନଇଛନ୍ତି। ତାଙ୍କ ସ୍ଥାନରେ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ଥିବା ଡ. ମୀନତି ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି।

ଦୀର୍ଘ ବର୍ଷ ଧରି ଏହି ଦାୟିତ୍ବ ତୁଲାଉଥିବା ପ୍ରମିଳାଙ୍କୁ ନିର୍ବାଚନ ପୂର୍ବରୁ ପରିବର୍ତନ କରାଯିବା ଘଟଣା ରାଜ୍ୟ ରାଜନୀତିେର ହଟଚମଟ ସୃଷ୍ଟି କରିଛି। ଯଦିଓ ପ୍ରମିଳାଙ୍କୁ ବିେଜଡି ଉପସଭାପତି ଭାେବ ନିଯୁକ୍ତି ଦିଆଯାଇଛି। ସେ ମହିଳା ଶାଖାର ଉପଦେଷ୍ଟା ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ। କିନ୍ତୁ ସୁପ୍ରିେମା ମହିଳା ସଂଗଠନକୁ ସଶକ୍ତ କରିବାକୁ ଯାଇ ଯେଉଁମାନଙ୍କୁ ଉପସଭାପତି ଆଦି ପଦପଦବିେର ନିଯୁକ୍ତି େଦଇଛନ୍ତି, ତାହା ସାଧାରଣରେ ଭିନ୍ନ ଆେଲାଚନା ପାଇଁ େଖାରାକ େଯାଗାଇଛି।

ଅପେକ୍ଷାକୃତ ଶିକ୍ଷିତ ଓ ନିର୍ବିବାଦୀୟ ବ୍ୟକ୍ତିତ୍ବଙ୍କୁ ବିେଜଡି ମହିଳା ସଂଗଠନରେ ସ୍ଥାନ େଦଇ ନବୀନ ଆଗାମୀ ଦିନରେ ଦଳର ପରିବର୍ତିତ ଆଭିମୁଖ୍ୟ ସଂପର୍କରେ ଠାରିଛନ୍ତି। ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ପୂର୍ବତନ ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ରଙ୍କୁ ରାଜ୍ୟ ବିଜେଡ଼ି ମହିଳା ଶାଖାର ସହ ଉପଦେଷ୍ଟା ଭାେବ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ କାର୍ଯ୍ୟକାରୀ ସଭାେନତ୍ରୀ ଭାବେ ସ୍ବେତା ସ୍ନିଗ୍ଧା ମିଶ୍ର, ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା େଲାପାମୁଦ୍ରା ବକ୍ସିପାତ୍ର, ବିେଜଡି େନତ୍ରୀ ସୁେଲାଚନା ଦାସ, ଗୀତାଞ୍ଜଳି ବସ୍ତିଆଙ୍କୁ ଅବସ୍ଥାପିତ କରାଯାଇଛି। େସହିଭଳି ସୁଲତା େଦଓଙ୍କୁ ସାଧାରଣ ସଂପାଦିକା ଓ ଏଲିନା ଦାସଙ୍କୁ ସଂପାଦିକା ଭାେବ ନିୟୁକ୍ତି ମିଳିଛି। ତେବେ ବିଜୁ ଜନତା ଦଳର ପୂର୍ବ େଘାଷିତ ରାଜ୍ୟ କମିଟି ଓ ଜିଲ୍ଲା କମିଟି ବଳବତ୍ତର ରହିଥିବା ବିେଜଡି ଉପସଭାପତି େଦବୀ ପ୍ରସାଦ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀେର ସୂଚନା େଦଇଛନ୍ତି।

ଭିନ୍ନକ୍ଷମ କମିସନ ଅଧ୍ୟକ୍ଷା ଥିବା ଡ. େବହେରା ଓ ମହିଳା କମିସନ ଅଧ୍ୟକ୍ଷା େଲାପାମୁଦ୍ରା ବକ୍ସିପାତ୍ରଙ୍କୁ ଇସ୍ତଫା େଦବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର