ଭୁବନେଶ୍ବର: ସୋମବାର (ଆସନ୍ତା ୬ ତାରିଖ) ଦିନ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବେ। ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ବିଜେଡିର ଯୁବ ସଭାପତି ଚିନ୍ମୟ ସାହୁ। ଯଦି ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦିଆଯିବ ତେବେ ବିଜେଡି ସହ ସମସ୍ତ ପରୀକ୍ଷାର୍ଥୀ ବି ଆନ୍ଦୋଳନକୁ ଓହ୍ଲାଇବେ। ଏସ୍ଆଇ ପରୀକ୍ଷାରେ ରାଜ୍ୟ ସରକାର ମହାବିଭ୍ରାଟ କରିଛନ୍ତି । ବିଜେପି ନିଜର ଚାନ୍ଦା ଆଦାୟ କରିବା ପାଇଁ ଆଜି ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି ବୋଲି ସେ ଦାବି କରିଛନ୍ତି।
ସେହିପରି ବରିଷ୍ଠ ବିଜେଡି ନେତା ପ୍ରିତିରଞ୍ଜନ ଘଡେ଼ଇ କହିଛନ୍ତି, ‘‘ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ବିଜେଡି ସରକାରଙ୍କୁ ଘେରିଛି। ଓପିଆର୍ବି ଅଧକ୍ଷ ଓ ଗୃହ ସଚିବଙ୍କୁ କାହିଁକି ତଦନ୍ତ କରି ସଂସ୍ଥା ଜେରା କରୁନାହିଁ । ତିନୋଟି ସଂସ୍ଥାକୁ କିପରି ଆଉଟ୍ ସୋର୍ସ କରାଯାଇଥିଲା ନା ପରୀକ୍ଷାରେ ଘୋଟାଲା କରିବା ପାଇଁ ବାଟ କରିଥିଲେ ସରକାର? କାହାର ନିର୍ଦ୍ଦେଶ ଓ କେଉଁ କମିଟି ଆଉଟ୍ ସୋର୍ସି ପାଇଁ ଦେଇଥିଲା ଅନୁମତି । ଗୃହ ସଚିବ, ଓପିଆର୍ବି ଅଧକ୍ଷ ଓ ସିଲିକନ୍ ମଧ୍ୟରେ ଚୁକ୍ତି ହୋଇ ଘୋଟାଲା ହୋଇଛି । ଯାହାର କେନ୍ଦ୍ର ବନ୍ଧୁ ପାଲଟିଥିଲା ଢେଙ୍କାନାଳ। ଢେଙ୍କାନାଳରେ କଣ ହୋଇଛି କିଏ ସେଠାରେ ରହିଛି ତାହା ସରକାର ସ୍ପଷ୍ଟ କରନ୍ତୁ । ଓଡ଼ିଶାରେ ବର୍ତ୍ତମାନ ଜରୁରୀ କାଳୀନ ସ୍ଥିତି ସୃଷ୍ଟି ହୋଇଛି । ଏ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସଂପୃକ୍ତି ଥିବା ସ୍ପଷ୍ଟ ହୋଇଗଲାଣି । ମୁଖ୍ୟମନ୍ତ୍ରୀ ନୀରବ ନ ରହି ସିବିଆଇ ତଦନ୍ତ ପାଇଁ ଆଗେଇ ଆସନ୍ତୁ । ନଚେତ୍ କେହି ତାଙ୍କୁ କ୍ଷମା ଦେବେ ନାହିଁ । ସିବିଆଇ ତଦନ୍ତ ପାଇଁ ଯଦି ଦେଉ ନାହାନ୍ତି ତାହାଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃତି ବାରି ହେବ । ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ସିନା ମୋହନ ବାବୁ ଆପଣ ନେଇଛନ୍ତି; କିନ୍ତୁ ଆପଣଙ୍କୁ ଦିଲ୍ଲୀ କ୍ଷମତା ଦେଇ ନାହିଁ । ସେଥିପାଇଁ ଆପଣ ଦିଲ୍ଲୀ ଦୌଡୁଛନ୍ତି। ଯଦି ସତରେ କ୍ଷମତା ଅଛି ତେବେ ଆପଣ ତଦନ୍ତ ସିବିଆଇକୁ ଭାର ସିବିଆଇକୁ ଦେଇ ବଳ ଦେଖନ୍ତୁ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/04/untitled-24-2025-10-04-15-15-04.jpg)