ନିର୍ବାଚନୀ ବିଶୃଙ୍ଖଳାକୁ ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେଲେ ବିଜେପି-ବିଜେଡି

ଭୁବନେଶ୍ୱର: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଜଗତସିଂହପୁର ଜିଲ୍ଲା ଘଟିଥିବା ବିଶୃଙ୍ଖଳା ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି । ବିଜେଡିର ଅଭିଯୋଗ ମୁତାବକ ପ୍ରଥମ ପର୍ଯ୍ୟାୟରେ ଶାନ୍ତିରେ ନିର୍ବାଚନ ଚାଲିଥିବା ବେଳେ ବିଜେପି ହିଂସା ଭିଆଇ ବିଶୃଙ୍ଖଳା କରିଥିଲେ । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟରେ ବି ସେମାନେ ଜଗତସିଂହପୁର ଜିଲ୍ଲାରେ ବିଶୃଙ୍ଖଳା କରିଛନ୍ତି । ଓଡ଼ିଶାକୁ ୟୁପି ଓ ବିହାର ମଡେଲରେ ପରିଣତ କରିବାକୁ ବିଜେପି ଚେଷ୍ଟା କରୁଛି । ହାରିବା ଭୟରେ ବିଜେପି ହିଂସା ପଥ ଆଦରି ନେଉଛି । ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲଘଂନର ଅଭିଯୋଗ ଆଣିଲା ବିଜେପି ।

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ସ୍କୁଲ ପଟା ବାଣ୍ଟିଥିବାର ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କଲା ବିଜେପି । ସେହିପରି ନବରଙ୍ଗପୁରରେ ଶିକ୍ଷକ ମଦ ବାଣ୍ଟୁ ଥିବାର ବି ବିଜେପି ଅଭିଯୋଗ ଆଣିଛି । ସରକାରୀ କଳକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି ଚେଷ୍ଟା ଚଳାଇଛି ବୋଲି ବିଜେପି ଅଭିଯୋଗ କରିଛି |

ବିଜେପି ନେତା ଦିଲ୍ଲୀପ ମଲିକ କହିଛନ୍ତି ଯେ ବିଜେଡିର ଅଭିଯୋଗ ସୈତାନର ବେଦ ପାଠ ଭଳି ହୋଇଥିବାବେଳେ ୨୨ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି । ତା ପରେ ବି ଏଭଳି ଘଟଣା ଘଟୁଛି । ପୁଲିସ କଣ କରୁଛି, କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି |

ସମ୍ବନ୍ଧିତ ଖବର