ଭୁବନେଶ୍ବର : ପୂର୍ବତନ ସାଂସଦ ଦିଲ୍ଲୀପ ରାୟ ଗୋପାଳପୁର ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ତାଙ୍କୁ ଆଗକୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦଳ ସୁଯୋଗ ଦେବ କି? କେଉଁ କେଉଁ ପୁରୁଖା ନେତାଙ୍କୁ ପୁଣି ଥରେ ବିଜେଡି ସ୍ରୋତକୁ ଫେରାଇ ଆଣିବାକୁ ଯୋଜନା ହେଉଛି? ନିର୍ବାଚନ ସମୟରେ ଦଳବଦଳ କରି ବିଜେପିକୁ ଆଦରିଥିବା ନେତାମାନେ ଦଳର ଆଭ୍ୟନ୍ତରୀଣ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରହିବେ ନା ଦଳ ଛାଡିବେ? କେବଳ ସେତିକି ନୁହେଁ, କାହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଗକୁ ବଢ଼ିବେ। ଦଳ ନବାଗତଙ୍କୁ ଗୁରୁତ୍ବ ଦେବ ନା ଅଭିଜ୍ଞ ପୂର୍ବଭଳି ସାମ୍ନାରେ ବାଟ ଓଗାଳିବେ?
ନୂଆବର୍ଷ ପାଇଁ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇ ରହିଛି। କିଏ କେଉଁଠି ନୂଆ ବର୍ଷ ପାଳିବେ, ସେ ନେଇ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ଏହାରି ଭିତରେ ଏଭଳି କିଛି ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତି ବେଶ ଚଳଚଞ୍ଚଳ ରହିଥିବା ପରିଲକ୍ଷିତ ହେଉଛି। ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନେ ସମସ୍ତଙ୍କ ଅଲକ୍ଷ୍ୟରେ ଗୋଟିଚାଳନା କରୁଛନ୍ତି। ତିନି ଦଳର ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ଉପରେ କର୍ମୀଙ୍କ ନଜର ରହିଛି। ଅସନ୍ତୁଷ୍ଟ ନେତାମାନେ ମଧ୍ୟ ପରିସ୍ଥିତି ଉପରେ ନିରବରେ ନଜର ରଖିଛନ୍ତି।
ବିଜେଡିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତୃଣମୂଳସ୍ତର ପର୍ଯ୍ୟନ୍ତ ଏହା େଭଦିଛି। କିଏ କିଭଳି ଥଇଥାନ ହେବେ, ସଂଗଠନରେ କେତେ ଅଧିକ ନିଜ ଲୋକଙ୍କୁ ରଖିବେ େସ େନଇ କସରତ ଚଳାଇଛନ୍ତି। ଯେଉଁସବୁ ନେତାଙ୍କୁ ଅଣଦେଖା କରାଯାଉଛି ବା ଯିଏ ପଛରେ ପଡିଯାଉଛନ୍ତି, ସେମାନେ ମେଳି ବାନ୍ଧିବା ଆରମ୍ଭ କଲେଣି।
କାରଣ ଏହି ନିର୍ବାଚନ ଦୁଇଟି କାରଣରୁ ବିଜେଡି ନେତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ପ୍ରଥମତଃ ନିର୍ବାଚନମଣ୍ଡଳୀରେ ପ୍ରମୁଖ ସ୍ଥାନରେ ରହି ନିର୍ବାଚନ ପରିଚାଳନା କରୁଥିବା ଛାମୁଆ ନେତା ଥଇଥାନ ହେବା ପାଇଁ ବିଧାୟକ ବା ବିଧାୟକ ପ୍ରାର୍ଥୀଙ୍କ ଉପରେ ଅସମ୍ଭବ ଚାପ ପକାଉଛନ୍ତି। ଯଦି ତାଙ୍କ ନେତା ଫେଲ୍ ମାରନ୍ତି, ତେବେ ସେମାନେ ବଳବାନ ନୁହନ୍ତି ଏମିତି ମନେକରି ଅନୁଗତ ଅନ୍ୟ ଗୋଷ୍ଠୀ ଆଡକୁ ମୁହାଁଇବା ସମ୍ଭାବନା ଅଧିକ। ଦ୍ବିତୀୟତଃ, ଏହି ସଂଗଠନକୁ ଧରି ନେତାମାନେ ଉଭୟ ପୌର ବା ମହାନଗର ନିର୍ବାଚନ ଏବଂ ଆସନ୍ତା ପଞ୍ଚାୟତ ନିର୍ବାଚନ ଲଢ଼ିବେ। ଯଦି ସଂଗଠନ ହାତରେ ନ ରହିଲା, ତେବେ ଯେ କୌଣସି ନେତା ସେସବୁ ଆସନରେ ପଶି ଜବରଦଖଲ କରିବା ସମ୍ଭାବନାକୁ
ଏଡ଼ାଇ ଦିଆଯାଇନପାରେ।
ଦଳର ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସୁପ୍ରିେମା ନବୀନ ପଟ୍ଟନାୟକଙ୍କ ବାର୍ତା ସମୀକରଣକୁ ଆହୁରି ବିଗଡ଼େି ଦେଇଛି। କିଛି ନେତା ରାଜ୍ୟ ରାଜନୀତିରେ ନିଜର ପ୍ରଭାବ ଜୋରଦାର କରିବା ଲାଗି ସଂଗଠନକୁ ହାତମୁଠାକୁ ଆଣିବାକୁ ପ୍ରୟାସ ଚଳାଇଥିଲେ। ‘‘ଦଳ ବଞ୍ଚି ରହିବା ଅଥବା ଏହାର ଅଭିବୃଦ୍ଧି କିଛି ନେତା କିମ୍ବା ମୋ ଉପରେ ନିର୍ଭର କରୁନାହିଁ।’’ ନବୀନଙ୍କ ଏହି ଧାଡିଏ ମନ୍ତବ୍ୟ ସେମାନଙ୍କ ସବୁ ଯୋଜନାରେ ପାଣି ଢାଳିଦେଇଛି। ଆଗଧାଡ଼ିର କର୍ମୀ ଏବେ ଏସବୁ ନେତାଙ୍କୁ ଭରସା କରିବାକୁ ପ୍ରସ୍ତୁତ ନୁହେଁ ଓ ଧରାଛୁଆଁ ଦେଉନାହାନ୍ତି। ବରଂ ନବୀନଙ୍କ ସଙ୍କେତ କେଉଁଆଡ଼େ ସେ ସଂପର୍କରେ ଠୋସ୍ ତଥ୍ୟ ହାସଲ ପ୍ରକ୍ରିୟା ଆରମ୍ଭ ହୋଇଛି।
ରାଜ୍ୟସଭା ନିର୍ବାଚନ ଉପରେ ନଜର ରଖିଥିବା ନେତାମାନେ ବି ଚିନ୍ତାରେ ପଡ଼ିଛନ୍ତି। ଦଳ ଗତଥର ଭଳି ବିଜେପିକୁ ଆସନ ଦେବ କି? ଯଦି ନ ଦିଏ, ତେବେ କିଏ କିଏ ରାଜ୍ୟସଭାକୁ ଯିବେ? ସେମାନଙ୍କ ଭାଗ ପଡ଼ିବ କି ନାହିଁ? କାର୍ପଟଦାରମାନଙ୍କୁ ସେମାନେ ଅବିଶ୍ବାସ କରିବା ଆରମ୍ଭ କଲେଣି। ହେଲେ କାହାକୁ ବିେଜଡିରେ ସେମାନେ ଭରସା କରିବେ, ତାହା ଠଉରାଇ ପାରୁନାହାନ୍ତି।
ଏପଟେ ବିଜେପି ସ୍ଥିତି ବି ସେୟା। ସଭାପତି ପଦରେ କିଏ ବସିବ, ତାହା ଉପରେ ସମୁଦାୟ ବିଜେପି କର୍ମୀଙ୍କ ନଜର ରହିଛି। କିଏ ସମୀର ମହାନ୍ତିଙ୍କ କଥା କହୁଛି, ଆଉ କିଏ ତାଲିକାରେ ଡଜନେ ନେତା ଅଛନ୍ତି ବୋଲି କହି ପ୍ରସଙ୍ଗକୁ ହାଲୁକା କରିଦେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପକୁ ସଭାପତି ପଦ ଯିବ ବୋଲି ଆପାତତଃ ସମସ୍ତେ ବିଶ୍ବାସ କରୁଛନ୍ତି।
ଅଧାରୁ ଅଧିକ ନେତା ଅକଳରେ ପଡ଼ିଛନ୍ତି ଯେ ସେମାନଙ୍କ ରାଜନୈତିକ ଭବିଷ୍ୟତ କଣ ହେବ। ଏପଟେ ରାଜ୍ୟ ବିଜେପିର ସ୍ଥିତି ଓ ସମ୍ଭାବ୍ୟ ସଭାପତି ପଦକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ରାଜନୈତିକ ମହଲ କିନ୍ତୁ ଧର୍ମେନ୍ଦ୍ରଙ୍କ ସପକ୍ଷରେ ମତ ଦେବା ଆରମ୍ଭ କଲେଣି। ଏହି ମହଲର କହିବା କଥା, ଯଦି ଦଳ କ୍ଷମତାକୁ ଆସିବା ଦରକାର ବୋଲି ଶୀର୍ଷ ନେତୃତ୍ବ ମନେ କରୁଥାନ୍ତି, ତେବେ ମନ୍ତ୍ରୀ ପଦ ଛାଡ଼ି ପୂରା ସମୟ ସଭାପତି ଭାବେ ଧର୍ମେନ୍ଦ୍ରଙ୍କୁ ହିଁ ଦାୟିତ୍ବ ଦେବା ଦରକାର। ଏହାଦ୍ବାରା ଦଳ କେବଳ ଶୃଙ୍ଖଳିତ ହେବ ତା ନୁହେଁ, ବରଂ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହେବ। ଧର୍ମେନ୍ଦ୍ରଙ୍କ ଅନୁଗତମାନେ କିନ୍ତୁ ତାଙ୍କ ମନ୍ତ୍ରିତ୍ବ ସପକ୍ଷରେ ଅଛନ୍ତି। କେବଳ ଏଇ ଗୋଟିକ କଥା ନୁହେଁ, ଯଦି ରାଜ୍ୟସଭା ଆସନ ମିଳେ, ତେବେ କାହାକୁ ଏହି ଆସନରେ ନେତୃତ୍ବ ବସାଇବେ, ତାକୁ ନେଇ ମଧ୍ୟ ଦଳରେ ମାନସମନ୍ଥନ ଆରମ୍ଭ ହୋଇଗଲାଣି।
କଂଗ୍ରେସ ବି ଏ କ୍ଷେତ୍ରରେ ପଛରେ ନାହିଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ସୂଚାଇ ଦେଇଛନ୍ତି ଯେ ନୂଆ ବର୍ଷରେ ତାଙ୍କ ଟିମ୍ ଗଠନ ହେବ। ସେ କାହାକୁ ତାଙ୍କ ଟିମରେ ରଖିବେ, କିଏ ବାଦ ପଡିବେ, ତାହା ଏବେ ବଡ଼ ପ୍ରଶ୍ନ ଭାବେ ନେତା ଓ କର୍ମୀଙ୍କ ସାମ୍ନାରେ ଉଭା ହୋଇଛି।
ବିଜେଡି-ବିଜେପି ପରସ୍ପର ଠାରୁ ଦୂରତା କମାଇବା ପରିପ୍ରେକ୍ଷୀରେ ସରକାରୀ ବିରୋଧୀ ଗୋଷ୍ଠୀର ନଜର କଂଗ୍ରେସ ଉପରେ ରହିଛି। ଯେଉଁମାେନ କଂଗ୍ରେସ ପ୍ରତି ବିମୁଖ, ସେମାନେ ଦଳ ଛାଡିଯାଇ ବିରୋଧୀ ଗୋଷ୍ଠୀରେ ହାତ ମିଳାଇ ରାଜନୈତକ କ୍ୟାରିଅରକୁ ବାଜିରେ ଲଗାଇବା ପରିବର୍ତେ କଂଗ୍ରେସର ନୂଆ ନିଷ୍ପତ୍ତିକୁ ଅପେକ୍ଷା କରୁଛନ୍ତି। ବିଜେଡି ଓ ବିଜେପି ନେତାମାନେ ଅନୁରୂପ ଭାବେ ନୂଆବର୍ଷରେ ଦଳର ନୂଆ ନିଷ୍ପତ୍ତିକୁ ଅପେକ୍ଷା କରୁଛନ୍ତି।