ଢେଙ୍କାନାଳ: ଅଧା ଆସନରେ ବିଜେଡି-ବିଜେପି ଟକ୍ରାଟକ୍ରି। ଆଉ ଅଧା ଆସନରେ ବିଜେପିକୁ ପଛରେ ପକାଇଛି ବିଜେଡି। ଆଜି ମଧ୍ୟାହ୍ନ ସୁଦ୍ଧା ପଦାକୁ ଆସିଥିବା ଢେଙ୍କାନାଳ ଜିଲ୍ଲାର ମୋଟ୍ ୮ଟି ଜିଲ୍ଲା ପରିଷଦ ଜୋନ୍ର ଟ୍ରେଣ୍ଡ ଏୟା ବୟାନ କରିଛି। ଜିଲ୍ଲାର ମୋଟ୍ ବ୍ଲକ୍ ସଂଖ୍ୟା ୮। ପ୍ରତି ବ୍ଲକ୍ର ପ୍ରଥମ ଜୋନ୍ର ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ହିନ୍ଦୋଳ, କାମାକ୍ଷାନଗର, ପର୍ଜଙ୍ଗ ଏବଂ ଭୁବନ ବ୍ଲକ୍ର ପ୍ରଥମ ଜୋନ୍ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଫାଇଟ୍ ଆରମ୍ଭ ହୋଇଛି। ସବୁଠାରୁ ବେଶି ଫାଇଟ୍ ହୋଇଛି ପର୍ଜଙ୍ଗ ବ୍ଲକ୍ର ୧ନମ୍ବର ଜୋନ୍ରେ। ଏଠି ବିଜେଡି ଏବଂ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ରହିଛି ମାତ୍ର ୩୦ଖଣ୍ଡ ଭୋଟ୍ରେ। ବିଧାୟକ ନୃସିଂହ ସାହୁଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ଥିବା ଏହି ଜୋନ୍ ପାଇଁ ବିଜେଡି ରୁନୁ ବର୍ମାଙ୍କୁ ପ୍ରାର୍ଥୀ କରାଇଛି। ଆଜି ଦିନ ୧୧.୫୦ ସୁଦ୍ଧା ରୁନୁଙ୍କୁ ୧୭୭୦ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ଏଲିନା ଭୂତିଆ ହାତେଇଛନ୍ତି ୧୭୪୦ଖଣ୍ଡ ଭୋଟ୍।
ହିନ୍ଦୋଳର ୧ନମ୍ବର ଜୋନ୍ରେ ମଧ୍ୟରେ କଡ଼ା ଫାଇଟ୍ ହୋଇଛି। ବିଜେପି ଏଠାରେ ୩୮ଖଣ୍ଡ ଭୋଟ୍ରେ ଆଗୁଆ ରହିଛି। ବିଜେପି ପ୍ରାର୍ଥିନୀ ସୁନିତା ନାଥଙ୍କୁ ମୋଟ୍ ୧୦୬୭ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡିର ମାମାଲି ଦାଶ ପାଇଛନ୍ତି ୧୦୨୯ଖଣ୍ଡ। ସେହିପରି କାମାକ୍ଷାନଗର ବ୍ଲକ୍ରେ ବିଜେପି ପ୍ରାର୍ଥିନୀ ନିବେଦିତା ରାଉତଙ୍କୁ ୧୫୦୮ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥିନୀ ଦୀପ୍ତିମୟୀ ବିଶ୍ବାଳ ପାଇଛନ୍ତି ୧୬୩୭ଖଣ୍ଡ ଭୋଟ୍। ଉଭୟ ଦଳ ମଧ୍ୟରେ ଭୋଟ୍ ବ୍ୟବଧାନ ୧୨୯ଖଣ୍ଡ ରହିଛି। ସେହିପରି ଭୁବନ ସ୍ଥିତି ମଧ୍ୟ ଅନୁରୂପ ହୋଇଛି। ବିଜେପିର ଶିଲାରାଣୀ ସାହୁ ୧୨୧୦ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥିନୀ ସୁଭଦ୍ରା ପାତ୍ର ପାଇଛନ୍ତି ୧୩୦୮ଖଣ୍ଡ। ମାତ୍ର ୯୮ଖଣ୍ଡ ଭୋଟ୍ର ବ୍ୟବଧାନ ଉଭୟ ନେତା ଏବଂ ଭୋଟରଙ୍କ ମଧ୍ୟରେ ଉତ୍ସୁକତା ବଢ଼ାଇ ଦେଇଛି। ଅବଶିଷ୍ଟ ଢେଙ୍କାନାଳ ସଦର, ଓଡ଼ାପଡ଼ା, ଗଁଦିଆ ଏବଂ କଙ୍କଡ଼ାହାଡ଼ ବ୍ଲକ୍ର ଏକ ନମ୍ବର ଜୋନ୍ରେ ବିଜେପି ଶାସକ ବିଜେଡିଠାରୁ ବହୁ ଦୂରରେ ଅଛି।
ମଧ୍ୟାହ୍ନ ସୁଦ୍ଧା ୮ଟି ଜୋନର ଟ୍ରେଣ୍ଡ: ଢେଙ୍କାନାଳରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା
ପର୍ଜଙ୍ଗରେ ମାତ୍ର ୩୦ଖଣ୍ଡ ଭୋଟ୍ର ପ୍ରତିଦ୍ବନ୍ଦ୍ବିତା
/sambad/media/post_attachments/wp-content/uploads/2022/02/58f085ff-2da4-48e0-9487-e5dc32969e94.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)