କୋମନା: ନୂଆପଡ଼ା ଜିଲ୍ଲାର କୋମନା ୧ ନମ୍ଵର ଜିଲ୍ଲା ପରିଷଦ ଜୋନରେ ଲଢ଼େଇ ରୋଚକ ମୋଡ଼ ନେଇଛି। ଏଠାରେ କେଉଁ ରାଉଣ୍ଡରେ ବିଜେପି ତ ପୁଣି କେଉଁ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗରେ ରହୁଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରଥମ ରାଉଣ୍ଡରେ ବିଜେଡି ବିଜେପିଠାରୁ ୨୯ ଭୋଟରେ ଆଗରେ ଥିଲା। ବିଜେଡିର ମୁରଲୀଧର ଭୋଇ ୮୫୯ ଖଣ୍ତ ଭୋଟ ପାଇଥିବା ବେଳେ ଜ୍ଞାନେଶ୍ଵର ମାଝୀ ୮୩୦ ଖଣ୍ତ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ। ଏଣେ କଂଗ୍ରେସ ପ୍ରାର୍ଥୀ ସୁନ୍ଦର ଚିନ୍ଦା ୧୯୬ ଖଣ୍ତ ଭୋଟ ପାଇଥିଲେ।
ଦ୍ଵିତୀୟ ରାଉଣ୍ତରେ ବିଜେପିଠାରୁ ୯୯ ଭୋଟ ଆଗରେ ଥିଲା ଆଗରେ ବିଜେଡି। ବିଜେଡିର ମୁରଲୀଧର ଭୋଇ ୧୭୩୪ ଖଣ୍ତ ଭୋଟ ପାଇଥିବା ବେଳେ ଜ୍ଞାନେଶ୍ଵର ମାଝୀ ୧୬୩୫ ଭୋଟ ପାଇଥିଲେ। କଂଗ୍ରେସର ସୁନ୍ଦର ଚିନ୍ଦା ୩୧୫ ଭୋଟ ପାଇଥିଲେ।
୩ୟ ରାଉଣ୍ତରେ କିନ୍ତୁ ବିଜେପି ୭୯ ଭୋଟରେ ଆଗୁଆ ହୋଇଥିଲେ। ବିଜେପିର ଜ୍ଞାନେଶ୍ଵର ମାଝୀ ୨୫୦୨ ଭୋଟ ପାଇଥିଲେ। ତେଣେ ବିଜେଡିର ମୁରଲୀଧର ଭୋଇ ୨୪୨୩ ଓ କଂଗ୍ରେସର ସୁନ୍ଦର ଚିନ୍ଦା ୭୦୯ ଭୋଟ ପାଇଥିଲେ।
କୋମନା ଜୋନ ନଂ ୧ ରେ ୪ର୍ଥ ରାଉଣ୍ତ ସୁଦ୍ଧା ବିଜେପି ୧୫୮ଟି ଭୋଟରେ ଆଗୁଆ ଅଛି। ବିଜେପିର ଜ୍ଞାନେଶ୍ଵର ମାଝୀ ୩୩୦୩ ଭୋଟ ପାଇଥିଲେ। ତେଣେ ବିଜେଡିର ମୁରଲୀଧର ଭୋଇ ୩୧୪୫ ଓ କଂଗ୍ରେସର ସୁନ୍ଦର ଚିନ୍ଦା ୯୨୭ ଖଣ୍ଡ ଭୋଟ ପାଇଥିବା ଜଣାଯାଇଛି।
୫ ରାଉଣ୍ତ ସୁଦ୍ଧା ଵିଜେଡି ୧୫୭ ଭୋଟ ଆଗରେ ଥିବା ଜଣାଯାଇଛି। ବିଜେଡିର ମୁରଲୀଧର ଭୋଇ ୪୨୧୦ ଖଣ୍ତ ଭୋଟ ପାଇଥିବା ବେଳେ ଜ୍ଞାନେଶ୍ଵର ମାଝୀ ୪୦୫୩ ଭୋଟ ପାଇଛନ୍ତି। ଏଣେ କଂଗ୍ରେସର ସୁନ୍ଦର ଚିନ୍ଦା ୧୦୧୦ ଭୋଟ ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/BJD-BJP-in-Komna_Thumbnail.jpg)