ବିଜେଡି-ବିଜେପି କଥା କଟାକଟି

ଭୁବନେଶ୍ବର : ଡ୍ରାଇଭର୍‌ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଲା ପରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ପ୍ରତିବାଦ କରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, କେଉଁ ବିଜେପି ଶାସିତ ରାଜ୍ୟରେ ଡ୍ରାଇଭର୍‌ଙ୍କ ପାଇଁ ଏଭଳି ନୀତି କାର୍ଯ୍ୟକାରୀ ହୋଇଛି? କେନ୍ଦ୍ର ମନ୍ତ୍ରୀ ଡ୍ରାଇଭର୍‌ଙ୍କ ପାଇଁ କେନ୍ଦ୍ରରୁ କିଛି କରନ୍ତୁ। ଯଦି ବିଜେଡି ସରକାର ଓଡ଼ିଶାରେ ଏଭଳି ନୀତି କାର୍ଯ୍ୟକାରୀ କରନ୍ତି, ତେବେ ଆପଣ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିବା ବିଜେପି ଶାସିତ ମଧ୍ୟପ୍ରଦେଶରେ ଏହାକୁ ଲାଗୁ କରିବେ କି?

ଶ୍ରୀ ପାତ୍ରଙ୍କୁ ଜବାବ ଦେଇ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଶାସକ ଦଳର ନେତାମାନେ ବିଜେପି ଉଠାଇଥିବା ପ୍ରସଙ୍ଗରେ ଉତ୍ତର ନଦେଇ କେବଳ କହିବା ପାଇଁ କିଛି କଥା କୁହାଳିଆ ପରି କହୁଛନ୍ତି। ଶ୍ରୀ ପାତ୍ରଙ୍କ ଟ୍ବିଟ୍‌ରୁ ଜଣାପଡ଼ୁଛି ରାଜ୍ୟ ସରକାର ସମାଧାନ ନକରି ଆନ୍ଦୋଳନ ବଢ଼ାଇବା ମାନସିକତାରେ ଅଛନ୍ତି। ଡ୍ରାଇଭରଙ୍କ ହିତ ପାଇଁ ସରକାରଙ୍କର କୌଣସି ଆନ୍ତରିକତା ନାହିଁ। ଅହଙ୍କାର ଛାଡ଼ି ଭଲ ଚିନ୍ତା କରିବାକୁ ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ।

ସମ୍ବନ୍ଧିତ ଖବର