ଖଇରା: ଖଇରାକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏବେ ଆନ୍ଦୋଳନ ତୀବ୍ରତର ହୋଇଛି। ଗତ ୩ ତାରିଖ ଅଞ୍ଚଳବାସୀଙ୍କ ପକ୍ଷ୍ରୁ ୭ ଘଣ୍ଟିଆ ଖଇରା ବନ୍ଦ ଓ ସୋର କୁପାରୀ ରାସ୍ତା ଅବରୋଧ କରିବା ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି।

Advertisment

ଦଳ ପକ୍ଷ୍ରୁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାପରିଷଦ ସଭ୍ୟ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଏବଂ କର୍ମୀମାନେ ଖଇରା ବଜାର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ।  

ଆୟୋଜିତ ସମ୍ମିଳନୀରେ ଜ୍ୟୋତିପ୍ରକାଶ ବିଜେପି ସରକାର ଓ ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଖଇରାକୁ ଏନଏସି ମାନ୍ୟତା ଦେବାର ସ୍ୱର ଉଠାଇଛନ୍ତି।  ଏନେଇ ଆସନ୍ତା ୬ ତାରିଖ ବିଜେଡି ରାଜରାସ୍ତାକୁ ଓହ୍ଲାଇ ୬ ଘଣ୍ଟିଆ ଖଇରା ବଜାର, କାର୍ଯ୍ୟାଳୟ,  ସ୍କୁଲ, କଲେଜ ଓ ରାସ୍ତାଘାଟ ଘାଟ ବନ୍ଦ କରିବ। ଆଗାମୀ ୧୦ ଦିନ ମଧ୍ୟରେ ଖଇରାକୁ ସରକାର ଏନଏସି ଘୋଷଣା ନକଲେ ଏହି ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି ଦଳ ଚେତାବନୀ ଦେଇଛି। 

Baleswar