ପ୍ରଦୀପ ପୁରୋହିତଙ୍କ ବିରୋଧରେ ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ଶନିବାର ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ହେଲେ ଏହାପରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ପ୍ରଚାର କରୁଥିବା ନେଇ ବିଜେଡି ଶନିବାର ଦିନ ସିଇଓଙ୍କ ନିକଟରେ ଅଭିଯୋଗ କରିଛି।

ବିଜେଡି ପ୍ରତିନିଧି ଦଳ ଅଭିଯୋଗ କରିଛି ଯେ, ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ପ୍ରଚାର ସମୟ ଶେଷ ହେବା ପରେ ଶ୍ରୀ ପୁରୋହିତ ବରିହାପଲି ଅଞ୍ଚଳରେ ପ୍ରଚାର କରୁଥିଲେ। ଏନେଇ ନନ୍ଦିଘୋଷ ଟିଭିର ସାମ୍ବାଦିକ ରାଜକିଶୋର ବେହେରା ପଚାରିବାରୁ ସେ ତାଙ୍କ ସମର୍ଥକଙ୍କ ଦ୍ବାରା ସାମ୍ବାଦିକ ଓ କ୍ୟାମେରାମାନଙ୍କୁ ଆକ୍ରମଣ କରି ଭିଡିଓ କ୍ୟାମେରା ଭାଙ୍ଗି ଦେଇଥିଲେ। ତେଣୁ ଶ୍ରୀ ପୁରୋହିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସମ୍ବନ୍ଧିତ ଖବର