ବିଜେଡ଼ି ପ୍ରଚାର ଗାଡ଼ିକୁ ଅଟକାଇବାରୁ ଉତ୍ତେଜନା

କେନ୍ଦ୍ରାପଡା : ଗରଦପୁର ବଜାର ନିକଟରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଗାଡିକୁ ଅଟକାଇବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିଜେଡ଼ି କର୍ମୀମାନେ ସେଠାରେ ପହଞ୍ଚି ବିରୋଧ କରିବାରୁ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏ ସମ୍ପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ପୁଲିସ୍‌ କହିଛି।

ମିଳିଥିବା ସୂଚନା ଅନୁସାରେ, ଗରଦପୁର ବଜାରରେ ଆଜି ବିଜେଡି ପ୍ରଚାର ଗାଡ଼ି‌ରେ ମାଇକ୍‌ ଜରିଆରେ ଭାଷଣ ଚାଲିଥିବା ବେଳେ କେତେକ ବ୍ୟକ୍ତି ହଠାତ୍‌ ବିରୋଧ କରି ପାଟିତୁଣ୍ତ ପାଟିତୁଣ୍ତ କରିବା ସହ ଗାଡ଼ିକୁ କିଛି ସମୟ ଅଟକାଇ ରଖିଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ବିଜେଡ଼ି କର୍ମୀମାନେ ସେଠାରେ ପହଞ୍ଚିବାରୁ ଅଟକ ରଖିିଥିବା ଲୋକମାନେ ଗାଡ଼ିକୁ ଛାଡ଼ି ଦେଇଥିଲେ। ଏହାପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର