ଭୁବନେଶ୍ୱର: ଓଟିଭି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳ। ବିଜୁ ଜନତା ଦଳ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଳମ୍ବନ କରାଯାଇଛି।ଏହା ପରେ ସାଂସଦ ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ଜାଗୀ ମଙ୍ଗତ ପଣ୍ଡାଙ୍କ ମାଲିକାନାରେ ଥିବା ଓଟିଭି ପକ୍ଷରୁ ବିଜେପୁର ଉପନିର୍ବାଚନ ନେଇ କେତେକ ସମ୍ବାଦ ପରିବେଷଣ କରାଯାଉଛି। ଯେଉଁଥିରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ସପକ୍ଷରେ ସମ୍ବାଦ ପରିବେଷଣ କରାଯାଉଛି। ତେଣୁ ଏ ନେଇ ନିର୍ବାଚନ ଅଧିକାରୀ ତଦନ୍ତ କରିବା ସହିତ ଓଟିଭି ରେ ପ୍ରସାରିତ ବିଜେପୁର ସମ୍ପର୍କତ ସମସ୍ତ ସମ୍ବାଦକୁ ‘ପେଡ୍ ନ୍ୟୁଜ’୍ ଭାବେ ଦର୍ଶାଇ ବିଜେପି ପ୍ରାର୍ଥୀଙ୍କ ନୀର୍ବାଚନୀ ଖର୍ଚ୍ଚ ବୋଲି ଦେଖାଇବାକୁ ଅନୁରୋଧ କରିଛନ୍ତି।
ଓଟିଭି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ବିଜେଡି
/sambad/media/post_attachments/wp-content/uploads/2018/02/BJD-Biju-Janata-Dal-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)