ଭଦ୍ରକ : ୭ଟି ଯାକ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ, ବିଷ୍ଣୁଙ୍କ ନିର୍ବାଚନମଣ୍ଡଳୀରେ ବି ଶଙ୍ଖ ନାଦ

ଭଦ୍ରକ : ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧାମନଗର ଓ ଭଣ୍ଡାରିପୋଖରୀ ଆଦି ୫ଟି ନିର୍ବାଚନମଣ୍ଡଳୀର ୭ଟି ଜିଲ୍ଲାପରିଷଦ ଜୋନ ଓ ୫୩ଟି ପଞ୍ଚାୟତରେ ଶନିବାର ଦିନ ଭୋଟ ଗଣତି ହେଉଛି। ୭ଟି ଜିଲ୍ଲାପରି‌ଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ରାତି ୯ଟା ସୁଦ୍ଧା ୭ଟି ଯାକ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ଏପରିକି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଧାମନଗର ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ଭଦ୍ରକ ଜିଲ୍ଲା ପରିଷଦ ଜୋନ ୨୫ରେ ବିଜେଡି ପ୍ରାର୍ଥୀ ପ୍ରତିମା ଜେନା ବିଜେପି ପ୍ରାର୍ଥୀ ପ୍ରଜ୍ଞାପାରମିତାଙ୍କ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ସଞ୍ଜୀବ ମଲ୍ଲିକ। ଚାନ୍ଦବାଲିର ଜିଲ୍ଲାପରିଷଦ ‌ଜୋନ ୧‌ରେ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକଶ ନାୟକ ବିଜେପିର ସୁରେଶ ସାହୁଙ୍କ ଠାରୁ ଆଗୁଆ ରହିଛନ୍ତି। ‌ଏଠାରେ ବିଧାୟକ ରହିଛନ୍ତି ବିଜେଡିର ଡ. ବ୍ୟୋମେକେଶ ରାୟ।

ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୬ନଂ ଜୋନରେ ବିଜେଡି ପ୍ରାର୍ଥୀ ରୁଜାତା ପଣ୍ଡା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ନନ୍ଦଙ୍କ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେପିର ବିଷ୍ଣୁ ସେଠୀ। ଧାମନଗର ଜିଲ୍ଲା ପରି‌ଷଦ ଜୋନ ୧୦ରେ ବିଜେଡି ପ୍ରାର୍ଥୀ ଟୁନିବାଳା ବିଶ୍ବାଳ ବିଜେପି ପ୍ରାର୍ଥୀ ରଞ୍ଜିତା ସ୍ବାଇଁଙ୍କ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେପିର ବିଷ୍ଣୁ ସେଠୀ। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ବ୍ଲକର ଜୋନ ୧୪‌ରେ ବିଜେଡି ପ୍ରାର୍ଥୀ ରୁନିତା ଦାସ ବିଜେପି ପ୍ରାର୍ଥୀ ଦମୟନ୍ତୀ ଜେନାଙ୍କ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ପ୍ରଫୁଲ୍ଲ ସାମଲ। ବାସୁଦେବପୁର ନିର୍ବାଚମଣ୍ଡଳୀ ୭ନଂ ଜୋନରେ ବିଜେଡି ପ୍ରାର୍ଥୀ ଜୟନ୍ତୀ ବାରିକ ବିଜେପି ପ୍ରାର୍ଥୀ ସନ୍ଧ୍ୟାରାଣୀ ଜେନାଙ୍କ ଠାରୁ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ବିଷ୍ଣୁବ୍ରତ ରାଉତରାୟ। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଭଣ୍ଡାରିପୋଖରୀ ବ୍ଲକର ୨୨ନଂ ଜୋନରେ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ରାଉତ କଂଗ୍ରେସର ରମେଶ ଭାରତୀଙ୍କ ଠାରୁ ଆଗୁଆ ଅଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ପ୍ରଫୁଲ୍ଲ ସାମଲ।

ସମ୍ବନ୍ଧିତ ଖବର