ରାଉରକେଲା: ରାଉରକେଲା ବିଜେଡି ବିଧାନସଭା ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ଗୋଷ୍ଠୀ ବିରୋଧ କରିଛନ୍ତି। ଆସନ୍ତା ନିର୍ବାଚନ କାର୍ଯ୍ୟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଶନିବାର ବିରୋଧୀ ଗୋଷ୍ଠୀମାନଙ୍କ ଏକ ବୈଠକରେ ବିଜେଡି ସଂଖ୍ୟାଲଘୁ ସେଲ୍‌ ରାଜ୍ୟ ଉପସଭାପତି ଯଶବିନ୍ଦର ସିଂହ, ରାଉରକେଲା ସଂଖ୍ୟାଲଘୁ ସେଲ୍‌ର ସଭାପତି ମହମ୍ମଦ ଖାଲିଦ୍‌ ଅଜିତ୍‌, ପୂର୍ବତନ ବିଜେଡି କାଉନସିଲର ଆଫ୍ରୋଜ ଅହମ୍ମଦ, ଶୈଳେନ୍ଦ୍ର ମାରୋଠିଆ, ଝିରପାଣି ସରପଞ୍ଚ ଅଜିତ ତିର୍କି, ପୂର୍ବତନ ମହିଳା ସଭାନେତ୍ରୀ ମିନତି ଦେବତା, ରାଉରକେଲା ମାଇନିଂ ଏରିଆ ଆଣ୍ଡ ଟିପ୍ପର ଓନର୍ସ ଆସୋସିଏସନ୍‌ର ସଭାପତି ଦିଲୀପ ମହାନ୍ତି, ବେଦବ୍ୟାସ ଟ୍ରକ ସଂଘର ସାଧାରଣ ସମ୍ପାଦକ ବିଶ୍ବରଞ୍ଜନ ବେଉରା, ରାଉରକେଲା ମହାନଗର ନିଗମର ପୂର୍ବତନ ଉପାଧ୍ୟକ୍ଷ ଆର୍‌ଏନ୍ ମିଶ୍ର, ରାଉରକେଲା ଅର୍ବାନ ବ୍ୟାଙ୍କ ସଭାପତି ଦିଲୀପ ମହାପାତ୍ର, ବିଜେଡି ଯୁବଛାତ୍ର ଦଳର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ପ୍ରକାଶ ପାଶ୍ବାନ, ରାଉରକେଲା ଓକିଲ ସଂଘର ପୂର୍ବତନ ସଭାପତି ସତ୍ୟ ଶର୍ମା, ବୀରେନ ପତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସେମାନେ ସାଙ୍ଗଠନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାଶ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଅବଗତ କରାଇଥିବା ଏକ ବିବୃତିରେ ସୂଚନା ଦେଇଛନ୍ତି।