ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ୍ ମୁର୍ମୁଙ୍କ ରାଇରଙ୍ଗପୁର ପୌରପରିଷଦର ୪ ଓ ୧୫ ନଂ ୱାର୍ଡରେ ମାରାଥନ୍ ପ୍ରଚାର କରିଛନ୍ତି। ବିଜେଡି ସରକାରଙ୍କ ବିକଶର ବାର୍ତ୍ତା ଦେଇଥିଲେ। ଦଳ ନିର୍ବାଚନ ଜିତିଲେ ଆସନ୍ତା ଜୁଲାଇ ମାସଠାରୁ ମାଗଣାରେ ୧୦୦ ୟୁନିଟ୍ ନିଜୁଳି ସହିତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ସହିତ ମିଶନ ଶକ୍ତି ଯୋଜନାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳାଙ୍କୁ ଋଣ, ୫ ବର୍ଷରେ ୨ ଲକ୍ଷ ସରକାରୀ ନିଯୁକ୍ତି ପ୍ରଦାନ, ଯୁବକ-ଯୁବତୀମାନଙ୍କ ପାଇଁ ବଜେଟରେ ଶହେ କଟିର ବ୍ୟୟବରାଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ନେଇ ପ୍ରଚାର ସମୟରେ ଭୋଟରଙ୍କୁ ଅବଗତ କରାଉଛନ୍ତି । ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶଂଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ବିଧାୟକ ପ୍ରାର୍ଥୀ ଶ୍ରୀ ମୁର୍ମୁ ୱାର୍ଡ ବାସିନ୍ଦାଙ୍କୁ ଅନୁରୋଧ କରିଥିଲେ।
ସେହିପରି ତିରିଂ ବ୍ଲକର ମାଘୁଆ,ଦେଓଗାଁ, ଚାନ୍ଦ୍ରି,ସାନ ନାରାୟଣୀ,ଇଙ୍ଗ ନାରାୟନୀ,ଧୋବା ଧୋବଣୀ,ପାନ୍ଧଡା ପ୍ରଭ୍ୃତି ଗ୍ରାମକୁ ଯାଇ ସେଠାରେ ବୈଠକ କରି ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ଏବଂ ଯୋଡି ଶଂଖରେ ବଟନ ଦବାଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କଲେ କଣ କଣ ସୁବିଧା ମିଳିବ ତାହା ଭୋଟରଙ୍କୁ ଜଣାଇଥିଲେ । ମାରାଥନ୍ ପ୍ରଚାର ସମୟରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଉପଦେଷ୍ଟା ଦିପ୍ତିମାନ ବଳ,ରାଇରଙ୍ଗପୁର ପୌରପରିଷଦର ଅଧକ୍ଷ ଅଭିଷେକ ପଟ୍ଟନାୟକ,ଉପଧକ୍ଷା ମମିତା ଚୌଧରୀ,କାଉନସିଲର ପୂର୍ଣିମା ମହାନ୍ତ, ଧିରା ବେଶ୍ରା,ନଗର ସଭାପତି ଗୌରୀ ଶଙ୍କର ଦତତ,ପଙ୍କଜ ଦାସ,ଆରତୀ ମାରାଣ୍ଡି, ଶଙ୍କର ଦତତ,ଶାଶ୍ୱର ବଳ,ସୌମିକ ଦାସ କାନୁନଗୋ,ସତ୍ୟଜିତ ଦାସଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ଥିଲେ ।