ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ମାନସ ମନ୍ଥନ କରାଯାଇଛି। ଶନିବାର ସନ୍ଧ୍ୟାରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କମିଟି ସଦସ୍ୟମାନେ ନୂଆପଡ଼ା ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକ ସରିବା ପରେ ଗଣମାଧ୍ୟମକୁ କମିଟି ପକ୍ଷରୁ ସୂଚନା ଦେଇ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ନବୀନଙ୍କ ଉପରେ ଲୋକଙ୍କ ଭରସା ଅଛି।
ନବୀନ ଯାହାକୁ ପ୍ରାର୍ଥୀ କରିବେ ସେ ବହୁତ୍ ଭୋଟ୍ ବ୍ୟବଧାନରେ ବିଜୟୀ ହେବେ। ଖୁବ୍ ଶୀଘ୍ର ନୂଆପଡା ବିଜେଡି ପ୍ରାର୍ଥୀ ଘୋଷଣା କରିବେ ନବୀନ। କିଏ କାଉଠି ମିଶିଲା ଆମର ଯାଏ ଆସେ ନାହିଁ।
ବିଜେଡି ପକ୍ଷରୁ କେବେ ବି ଜୟ ଢୋଲକିଆଙ୍କ ନାମ କୁହା ଯାଇନାହିଁ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/11/bjd-candidate-will-win-by-a-large-margin-pramila-mallick-2025-10-11-20-39-42.jpg)