ବ୍ରହ୍ମପୁରରେ ବାଜି ମାରିଲା ବିଜେଡି; ଜିତିଲେ ସଂଘମିତ୍ରା ଦଳେଇ, କଂଗ୍ରେସକୁ ପଛରେ ପକାଇଲା ଆମ୍‌ ଆଦମୀ ପାର୍ଟି

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର ନିଗମ ପାଇଁ ହୋଇଥିବା ମେୟର ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏଠାରେ  ବିଜୁ ଜନତା ଦଳ ବଡ଼ ବିଜୟ ହାସଲ କରିଛି।  ବିଜେଡି ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳେଇ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଶ୍ରୀମତୀ ଦଳଇେ ୨୦୨୮୬ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି । ସଂଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ‌ ଭୋଟ ମିଳିଛି। ତାଙ୍କ ନିକଟତମ ପ୍ରାର୍ଥିନୀ ସବିତା ସୁଆରଙ୍କୁ ୪୫ ହଜାର ୭୮୨ ଖଣ୍ଡ ଭୋଟ ମିଳିଥିବା ‌ବେଳେ ଏଠାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ଆମ୍‌ ଆଦମୀ ପାର୍ଟିର ସି. ପ୍ରିୟଙ୍କା। ତାଙ୍କୁ ୭୪୫୩ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ଏଠାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। କଂଗ୍ରେସର ଦଳୀୟ ପ୍ରାର୍ଥିନୀ ମଂଜୁ ରଥ ମାତ୍ର ୬୭୬୮ ଖଣ୍ଡ ଭୋଟ ପାଇଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମପୁରରେ ମୋଟ ୪୨ଟି ୱାର୍ଡରୁ ଶାସକ ବିଜେଡି ୩୦ଟି ଆସନ ହାତେଇଥିବା ବେଳେ ବିଜେପି ୭, କଂଗ୍ରେସ ୧ ଓ ସ୍ବାଧୀନ ୪ଟି ଆସନରେ ବାଜି ମାରିଛନ୍ତି।

ନିର୍ବାଚନ ଜିତିବା ପରେ ସଂଘମିତ୍ରା ଦଳେଇ ବ୍ରହ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନଙ୍କ ବିକାଶମୂଳକ କାମ ଯୋଗୁଁ ଲୋକେ ବିଜେଡିକୁ ଭୋଟ ଦେଇଛନ୍ତି। ବ୍ରହ୍ମପୁରରେ ତୃଣମୂଳ ସ୍ତରରେ ବିକାଶମୂଳକ କାର୍ଯ୍ୟ କରାଯିବ। ସହରର ପାନୀୟ ଜଳ ସମସ୍ୟା ଦୂର କରାଯିବ।

ବ୍ରହ୍ମପୁର ମହାନଗର ନିଗମ: ବିଜେଡି-୩୦, ବିଜେପି-୭, କଂଗ୍ରେସ-୧, ସ୍ୱାଧୀନ-୪

୧ :ବିଜେଡ଼ି ଏମ ମିନାକ୍ଷୀ
୨ : ବିଜେଡ଼ି ଆପ୍ପା ରାଓ
୩: ବିଜେପି ସବିତା ସାହୁ
୪ : ସ୍ୱାଧୀନ ସନ୍ଧ୍ୟାରାଣୀ ଶୁକ୍ଳ
୫ : ବିଜେଡ଼ି ପଦ୍ମିନୀ ମିଶ୍ର
୬ : ବିଜେଡ଼ି ଶ୍ୱେତରେଖା ତ୍ରିପାଠୀ
୭: ବିଜେଡ଼ି ଟି.କିଶୋର
୮ : ବିଜେଡ଼ି ଜାମୁଲା ଶ୍ରୀନୁ
୯:ବିଜେଡ଼ି ସନ୍ତୋଷ ସେଠି
୧୦:ବିଜେଡ଼ି ବିଷ୍ଣୁ ପ୍ରିୟା ସାହୁ
୧୧ :ବିଜେଡ଼ି ଚିତ୍ରସେନ ମହାପାତ୍ର
୧୨: ବିଜେଡ଼ି ସୂଯ୍ୟକାନ୍ତ ସୁବୁଦ୍ଧି
୧୩: ବିଜେଡ଼ି ବବି ନାୟକ
୧୪ : ବିଜେଡ଼ି ଗୀତାରାଣୀ ପଣ୍ଡା
୧୬: କଂଗ୍ରେସ ରଶ୍ମିତା ପ୍ରଧାନ
୧୭ : ବିଜେଡ଼ି ଦୁର୍ଗା କୁମାର ନାୟକ
୧୮: ବିଜେଡ଼ି ଅଶ୍ୱିନୀ ପଟ୍ଟନାୟକ ବିଜୟୀ
୧୯: ବିଜେଡ଼ି କାଦମ୍ବାନୀ ଦାସ
୨୦ :ବିଜେପି ରଂଜିତା ବେହେରା
୨୧ :ବିଜେପି ଡ଼ି କରୁଣାକର
୨୨ : ବିଜେପି ପ୍ରଦୀପ ଶତପଥୀ
୨୩: ବିଜେଡ଼ି ଆରତୀ ତନ୍ତି
୨୪ : ସ୍ୱାଧୀନ ପ୍ରଶାନ୍ତ ପଟ୍ଟନାୟକ
୨୫ : ସ୍ୱାଧୀନ ନରସିଂହ ସେଠୀ (ବାଇ ସ୍ୱାମୀ )
୨୬ : ସ୍ୱାଧୀନ ଧୀରେଶ ସାବତ
୨୭: ବିଜେପି ନୀଳକଣ୍ଠ ସାହୁ
୨୮ : ବିଜେଡ଼ି ପାର୍ବତୀ ପ୍ରଧାନ
୨୯: ବିଜେଡ଼ି – ସଞ୍ଜିତ ପାଣିଗ୍ରାହୀ
୩୦: ବିଜେଡ଼ି – ମମତା ପାତ୍ର
୩୧: ବିଜେଡି ସୁନିତା ପଟ୍ଟନାୟକ
୩୩: ବିଜେଡି ପୁଷ୍ପାବତୀ ରାଓ
୩୪: ବିଜେଡ଼ି ତ୍ରିପତି ପାତ୍ର
୩୬: ବିଜେଡ଼ି ସୋନାଲି ଗନ୍ତାୟତ
୩୭: ବିଜେପି ବନିତା ସାହୁ
୩୮: ବିଜେଡ଼ି ସ୍ୱର୍ଣ୍ଣଲତା ସାବତ
୩୯: ବିଜେପି ସାବିତ୍ରୀ ନାୟକ
୪୦: ବିଜେଡ଼ି ଭାଗୀରଥି ମହାରଣା
୪୧: ବିଜେଡ଼ି ମଳୟ ବିଷୋୟୀ
୪୨:ବିଜେଡ଼ି ଇ. ବିବେକ ରେଡ୍ଡୀ

ୱାର୍ଡ଼ ୧୫, ୩୨ ଓ ୩୫ ବିଜେଡି ଅପ୍ରତିଦ୍ବନ୍ଦ୍ଵୀ

ସମ୍ବନ୍ଧିତ ଖବର