ନବରଂଗପୁୁର: ରାଇଘର ୨ ନମ୍ବର ଜୋନ୍‌ର ବିଜେଡ଼ି ପ୍ରାର୍ଥୀ ୨୬୨୩ ଭୋଟ୍‌ ବ୍ୟବଧାନରେ ବିଜୟୀ

ନବରଂଗପୁର: ଉମରକୋଟ ବ୍ଲକ ରାଇଘର ଜୋନ୍-୨ରେ ବିଜେଡି ପ୍ରାର୍ଥୀ ୨୬୨୩ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ନାନାରା ଖରାଙ୍କୁ ୧୧ ହଜାର ୧୩୬ ଖଣ୍ଡ ଭୋଟ୍‌ ମିଳିଛି। ବିଜେପିର ପୂର୍ଣ୍ଣଚନ୍ଦ୍ର ଗଣ୍ଡଙ୍କୁ ୮୫୧୩ ଭୋଟ୍‌ ଓ କଂଗ୍ରେସ ପ୍ରାର୍ଥୀ ସୁଶୀଲ ସାନ୍ତାଙ୍କୁ ୯୫୨ ଖଣ୍ଡ ଭୋଟ୍‌ ମିଳିଛି। ନବରଂଗପୁର ଜିଲ୍ଲାର ଅନ୍ୟ ଜୋନ୍‌ ଗୁଡ଼ିକରେ ଭୋଟ୍‌ ଗଣତି ଜାରି ରହିଛି।

ଉମରକୋଟରେ ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୯୬୮୧ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିକୁ ୮୦୫୧ ଓ କଂଗ୍ରେସକୁ ୧୧୦୩ ଖଣ୍ଡ ଭୋଟ ମିଳିଥିବା ଜଣାଯାଇଛି। ପାପଡାହାଣ୍ଡି ଜୋନ୍-୨ରେ ୮ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏଠାରେ ବିଜେଡି ପ୍ରାର୍ଥୀ ୭୧୬୮, ବିଜେପି ପ୍ରାର୍ଥୀ ୧୩୯୮ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୧୦ ହଜାର ୫୧୭ ଖଣ୍ଡ ଭୋଯ ମିଳିଛି। କଂଗ୍ରେସ ପ୍ରାର୍ଥୀ ୩୩୪୯ ଖଣ୍ଡ ଭୋଟରେ ଆଗୁଆ ରହିଛି।

ସେହିପରି ଝରିଗାଁ ଜୋନ୍-୨ରେ ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଶ୍ୟାମ ସୁନ୍ଦର ନାୟକଙ୍କୁ ୬୭୧୩, ବିଜେପିର ନରସିଂ ଭତ୍ରା ୩୯୩୫, କଂଗ୍ରେସର ଭାଗିରଥି ନାୟକଙ୍କୁ ୨୦୬୦ ଭୋଟ ମିଳିଛି।  ବିଜେଡି ଏଠାରେ ୨୭୭୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଛି।

ସମ୍ବନ୍ଧିତ ଖବର