ଅତାବିରା ଏନ୍‌ଏସି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେଇଛନ୍ତି ମିଥ୍ୟା ଜାତିଗତ ପ୍ରମାଣ ପତ୍ର: ବିଜେପି

ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର : ଅତାବିରା ଏନ୍‌ଏସି ନିର୍ବାଚନରେ ୱାର୍ଡ ନଂ ୫ରୁ ବିଜେଡି ପ୍ରାର୍ଥୀ ରାଜୀବ କହର ମିଥ୍ୟା ଜାତିଗତ(ଅନୁସୂଚିତ ଜାତି) ପ୍ରମାଣପତ୍ର ଦେଇ ମନୋନୟନ ପତ୍ର ଦାଖଲ କରିଛନ୍ତି। ଯାହାକୁ କି ପ୍ରତିପକ୍ଷ ପ୍ରାର୍ଥୀ ଶକ୍ତିଦେବ ସାହୁ ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆପତ୍ତି ଅଭିଯୋଗ କରିଥିଲେ। କିନ୍ତୁ ନିର୍ବାଚନ ଅଧିକାରୀ ତାହାକୁ ବିଚାରକୁ ନନେଇ ରାଜୀବଙ୍କ ପ୍ରାର୍ଥିପତ୍ରକୁ କାଏମ ରଖିଛନ୍ତି। ଏହା ନିର୍ବାଚନ ଆଇନର ବିରୁଦ୍ଧାଚରଣ କରୁଛି ବୋଲି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର ଓ ଲିଗାଲ ସେଲ୍ ଅଧ୍ୟକ୍ଷ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର