ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡି ବିଜୟୀ

ଯାଜପୁର: ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଶ୍ୱ ପ୍ରତାପ ମିଶ୍ର ବିଜୟୀ ହୋଇଛନ୍ତି। ଜିଲ୍ଲା ପରିଷଦ ପାଇଁ ହୋଇଥିବା ମତଦାନର ଫଳାଫଳ ଗୁରୁବାର ଘୋଷଣା ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ବିଶ୍ୱ ପ୍ରତାପଙ୍କୁ ୧୨, ୭୯୯ ଖଣ୍ଡ ଭୋଟ ମିଳିଛି। ସେହିପରି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମନ୍ମଥ ବରାଳଙ୍କୁ ୬୬୭୪ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅମ୍‌ଫିଜୁଲ ରହମାନଙ୍କୁ ୧୭୪୪ ଖଣ୍ଡ ଭୋଟ ମିଳିଛି। ଏହି ଉପ-ନିର୍ବାଚନରେ ବିଜେଡି ୬୧୨୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ଉପ-ନିର୍ବାଚନରେ ବିଜେଡିର ବିଜୟ ନେଇ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।

ସୂଚନାଯୋଗ୍ୟ ଜିଲ୍ଲା ପରିଷଦର ନିର୍ବାଚନରେ ୩୦ ନମ୍ବରରୁ ସଦସ୍ୟ ଭାଗବତ ମିଶ୍ର ବିଜୟୀ ହୋଇଥିଲେ। ଗତ ମେ’ ମାସରେ ଭାଗବତଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଘଟଣା ଦିନ ଭାଗବତ ନିଜର ବ୍ୟକ୍ତିଗତ କାମରେ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର