ପିପିଲିରେ ପୁଣି ଶଙ୍ଖ ବାଜିଲା: ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଜିତିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ

ବିଜେପିକୁ ୭୫,୫୮୯, କଂଗ୍ରେସକୁ ୪,୨୨୮ ଭୋଟ୍‌

ପୁରୀ: ପିପିଲିରେ ପୁଣି ଶଙ୍ଖ ବାଜିଛି। ପିପିଲିର ମତଦାତା ବିଜେଡି ଉପରେ ଆଉ ଥରେ ଭରସା କରିଛନ୍ତି। ସେଥିପାଇଁ ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର  ବିଜୟ ହୋଇଛି। ବିଜେଡି ପ୍ରାର୍ଥୀ ୨୦ ହଜାର ୯୧୬ ଖଣ୍ଡ ଭୋଟ୍‌ର ବ୍ୟବଧାନରେ ପିପିଲି ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ପିପିଲି ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଛି। ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ୩ୟ ସ୍ଥାନରେ ଥିବା କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମାତ୍ର ୪,୨୬୧ ଭୋଟ୍‌ ମିଳିଛି।

ସେହିପରି ସିପିଆଇ(ଏମ୍‌ଏଲ୍‌)ଏଲ୍‌ର ଅଶୋକ ପ୍ରଧାନଙ୍କୁ ୮୯୮, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଜୟପ୍ରକାଶ ସେଠୀଙ୍କୁ ୪୫୫, କଳିଙ୍ଗ ସେନାର ପିଙ୍କିଲିନ ମହାନ୍ତିଙ୍କୁ ୧୫୬, ରିପବ୍ଲିକାନ୍‌ ପାର୍ଟିର ମହମ୍ମଦ୍‌ ଇମାମୁଦ୍ଦୀନଙ୍କୁ ୨୪୪, ସ୍ୱାଧୀନ ପ୍ରାର୍ଥୀ ନଗେନ୍ଦ୍ର ନାଥ ମିଶ୍ରଭ୍କୁ ୪୧୪, ସୁଲୋଚନା ସାହୁଙ୍କୁ ୨୬୬ ଓ ସ୍ୱପ୍ନେଶ୍ୱର ନାୟକଙ୍କୁ ୩୭୭,ଖଣ୍ଡ ଭୋଟ ମିଳିଛି।

ସେହିପରି ସିପିଆଇ(ଏମ୍‌ଏଲ୍‌)ଏଲ୍‌ର ଅଶୋକ ପ୍ରଧାନଙ୍କୁ ୮୯୮, ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଜୟପ୍ରକାଶ ସେଠୀଙ୍କୁ ୪୫୫, କଳିଙ୍ଗ ସେନାର ପିଙ୍କିଲିନ ମହାନ୍ତିଙ୍କୁ ୧୫୬, ରିପବ୍ଲିକାନ୍‌ ପାର୍ଟିର ମହମ୍ମଦ୍‌ ଇମାମୁଦ୍ଦିନଙ୍କୁ ୨୪୪, ସ୍ୱାଧୀନ ପ୍ରାର୍ଥୀ ନଗେନ୍ଦ୍ର ନାଥ ମିଶ୍ରଙ୍କୁ ୪୧୪, ସୁଲୋଚନା ସାହୁଙ୍କୁ ୨୬୬ ଓ ସ୍ୱପ୍ନେଶ୍ୱର ନାୟକଙ୍କୁ ୩୭୭,ଖଣ୍ଡ ଭୋଟ ମିଳିଛି।

ପିପିଲିରେ ପୁଣି ଥରେ ବିଜେଡି ନିର୍ବାଚନ ଜିତିଥିବାରୁ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ବିଜେଡି କର୍ମୀମାନେ ଭୋଟ ଗଣତିସ୍ଥଳ ପୁରୀର ପେଣ୍ଠକଟାସ୍ଥିତ ଓୟାର ହାଉସ୍‌ ସମ୍ମଖରେ ଉତ୍ସବ ମନାଇଛନ୍ତି। ବିଜେଡି ସମର୍ଥକମାନେ ନିଜର ସୁନିଶ୍ଚିତ ବିଜୟକୁ ଆଖିରେ ରଖି ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ଉତ୍ସାହ ମନାଇବା ଆରମ୍ଭ କରିଦେଇଥିଲେ।

ସୂଚନାଯୋଗ୍ୟ, ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ୨୦୨୦ ମସିହାରୁ ବିଜେଡି ହାତରେ ରହିଛି। ଏଠାରୁ ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହାର ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ନିର୍ବାଚନ ଜିତିଥିଲେ। କେବଳ ସେତିକି ନୁହେଁ, ପିପିଲି ନିର୍ବାଚନ ମଣ୍ଡଳୀ ସହିତ ମହାରଥୀ ପରିବାରର ସଂପର୍କ ଆହୁରି ପୁରୁଣା। କାରଣ ସ୍ୱର୍ଗତ ପ୍ରଦୀପ ମହାରଥୀ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟି ଟିକେଟ୍‌ରେ ୧୯୮୫ ଓ ୧୯୯୦ ମସିହାରେ ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ।

ସମ୍ବନ୍ଧିତ ଖବର