ଭୁବନେଶ୍ୱର: ନବୀନଙ୍କୁ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବା ବିଜେଡି ପାଇଁ ଭୁଲ ସାବ୍ୟସ୍ତ ହୋଇଛି | କାରଣ ନବୀନ କଣ୍ଟାବାଞ୍ଜିରୁ ୧୬ ହଜାର ଭୋଟରେ ହାରିଥିବାବେଳେ ହିଞ୍ଜିଳିରୁ ମାତ୍ର ୪ ହଜାର ଭୋଟରେ ଜିତିଛନ୍ତି | ହିଞ୍ଜିଳିରେ ନବୀନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଶିଶିର ମିଶ୍ର ୬୧୮୨୩ ଭୋଟ ପାଇଥିବାବେଳେ ନବୀନ ପାଇଛନ୍ତି ୬୬ ହଜାର ୪୫୯ ଭୋଟ | ତେବେ ଗତ ୨୦୧୯ ବିଧାନସଭା ନିର୍ବାଚନକୁ ତୁଳନା କଲେ ନବୀନ ୯୪ ହଜାର ୬୫ ଖଣ୍ଡ ଭୋଟ ପାଇଥିଲେ | ସେ ୬୬.୩୨ ପ୍ରତିଶତ ଭୋଟ ପାଇଥିଲେ | ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପିତାମ୍ବର ଆଚାର୍ଯ୍ୟ ୩୩୯୦୫ ଖଣ୍ଡ ଭୋଟ ପାଇଥିଲେ | ଅର୍ଥାତ ଏଥର ନବୀନ ବହୁତ କମ ଭୋଟରେ ଜିତିଛନ୍ତି |

Advertisment

ଯଦି ନବୀନ ହିଞ୍ଜିଳିରେ ବି ହାରିଯାଇଥାନ୍ତେ ତେବେ ସେ ବି ବିଧାନସଭାକୁ ଯାଇପାରିନଥାନ୍ତେ | ଅନ୍ୟପଟେ ବିଜେଡି ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା ଯେ ଆଜି ବିଜେଡି ବଡ ବିଜୟ ହାସଲ କରିବ | ବିଧାନସଭାରେ ୧୦୦ରୁ ଉର୍ଦ୍ଧ୍ବ ଆସନ ଓ ଲୋକସଭାରେ ବି ୧୦ରୁ ଅଧିକ ଆସନ ଜିତିବ ବୋଲି ବିଜେଡି ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଇଥିଲା | ଫଳାଫଳ ଆସିବା ପରେ ବିଜୟ ଉତ୍ସବ ପାଳନ କରିବାକୁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା | ନେତା ଓ କର୍ମୀଙ୍କ ପାଇଁ ଚୌକି ପଡି ସାରିଥିଲା | କିନ୍ତୁ ଆଜି ଫଳାଫଳ ଆସିବା ପରେ ବିଜେପି ଶିବିରରେ ନୀରବତା ଦେଖିବାକୁ ମିଳିଥିବାବେଳେ ପକାଯାଇଥିବା ଚେୟାର ଉଠାଇନିଆଯାଇଥିଲା |