ରାଜନଗର ବିଧାୟକଙ୍କ ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ

କେନ୍ଦ୍ରାପଡ଼ା : ରାଜନଗର ବିଧାନସଭା ନିମନ୍ତେ ପ୍ରାର୍ଥୀ ହୋଇଥିବା ବିଧାୟକ ଅଂଶୁମାନ ମହାନ୍ତିଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ଆଜି ଭାରତୀୟ ମୁଖ୍ୟ ନିର୍ବାଚନ କମିସନରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଡେପୁଟି ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

ରାଜନଗର ବିଧାୟକ ଶ୍ରୀ ମହାନ୍ତି ଏକ ବୈଦ୍ୟୁତିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଯେ, ବିଜେଡି ଜିଲ୍ଲା ସଭାପତି ଶ୍ରୀ ସାହୁ ଅପରାଧୀଙ୍କ ସହିତ ଟେଣ୍ତର ଫିକ୍ସିଂରେ ସଂପୃକ୍ତ ଥିବା ସହ ଅନେକ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି। ଏହା ସହ ମାର୍କଫେଡ଼୍‌ ଧାନକିଣା ଦୁର୍ନୀତିରେ ମଧ୍ୟ ଶ୍ରୀ ସାହୁଙ୍କ ସଂପୃକ୍ତି ରହିଥିବା ନେଇ ବିଧାୟକ ଶ୍ରୀ ମହାନ୍ତି ଅଭିଯୋଗ ଉଠାଇଥିଲେ। ଉକ୍ତ ମନ୍ତବ୍ୟର ପ୍ରତିବାଦରେ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ଯେ, ଏଭଳି ପ୍ରମାଣବିହୀନ ତଥା ଭିତ୍ତିହୀନ ଅଭିଯୋଗ ସାଧାରଣ ନିର୍ବାଚନର ଆଚରଣବିଧିକୁ ଉଲ୍ଲଂଘନ କରୁଛି ଏବଂ ତାଙ୍କ ସାମାଜିକ ପ୍ରତିଷ୍ଠା ଉପରେ ଗୁରୁତର ଆଞ୍ଚ ଆଣିଛି।

ସମ୍ବନ୍ଧିତ ଖବର